Latest Odisha News

BREAKING NEWS

ଏମସିଡି ମେୟର ନିର୍ବାଚନ: ୨୪ ଘଂଟା ମଧ୍ୟରେ ବିଜ୍ଞପ୍ତି ଜାରି କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏମସିଡି ମେୟର ନିର୍ବାଚନ ଏବଂ ବୈଠକ ପାଇଁ ୨୪ ଘଂଟା ମଧ୍ୟରେ ବିଜ୍ଞପ୍ତି ଜାରି କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ଶୁଣାଣି ନେଇ ବିଜେପିକୁ ଝଟକା ଲାଗିଥିବା ବେଳେ ଆପ ଫାଇଦାରେ ରହିଛି । ବୈଠକରେ ମେୟର, ଡେପୁଟି ମେୟର ଓ ଅନ୍ୟ ସଦସ୍ୟ ମତଦାନ ପାଇଁ ତାରିଖ ସ୍ଥିର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ନଗର ନିଗମ ମେୟର ନିର୍ବାଚନ ପାଇଁ ଆୟୋଜିତ ବୈଠକ ୩ଥର ବିଫଳ ହେବା ପରେ ଆପର ମେୟର ପ୍ରାର୍ଥୀ ଶୌଲୀ ଓବରେୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

ପୂର୍ବ ଶୁଣାଣିରେ ନିର୍ବାଚିତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ ବୋଲି କୋର୍ଟ କହିଥିଲେ । ଏମସିଡିରେ ୨୫୦ ନିର୍ବାଚିତ ସଦସ୍ୟ ରହିଛନ୍ତି । ଆପ ୧୩୪ ସହ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବିଜେପି ଜାଣିଶୁଣି ମେୟର ନିର୍ବାଚନକୁ ଘୁଂଚାଉଛି ବୋଲି ଆପ ଅଭିଯୋଗ କରି ଆସୁଥିଲା । ଏ ନେଇ ବିଜେପି ପକ୍ଷରୁ କୌଣସି ବୟାନ ଆସି ନାହିଁ ।

 

Comments are closed.