Latest Odisha News

BREAKING NEWS

ସ୍ୱଚ୍ଛ ଦିଲ୍ଲୀ ପାଇଁ ଭ୍ରଷ୍ଟାଚାରମୁକ୍ତ ସରକାର ଗଢନ୍ତୁ; ଅରବିନ୍ଦ କେଜରିଓ୍ୱାଲଙ୍କ ଅପିଲ୍

ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ମତଦାନ ଜାରି

ଦିଲ୍ଲୀ: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ମତଦାନ ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଟ୍ୱିଟ୍ କରି ମତଦାନ ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତିଯେ, ସ୍ୱଚ୍ଛ ଦିଲ୍ଲୀ କରିବା ପାଇଁ ନଗର ନିଗମରେ ଭ୍ରଷ୍ଟାଚାରମୁକ୍ତ ସରକାର ଗଢିବା ପାଇଁ ମତଦାନ କରନ୍ତୁ ।

୨୫୦ ଆସନ ପାଇଁ ୧୩,୬୩୮ ପୋଲିଂ ଷ୍ଟେସନ ହୋଇଛି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ସନ୍ଧ୍ୟା ସାଢେ ୫ଟା ଯାଏଁ ମତଦାନ ହେବ । ୧୩୪୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୩୩୬୦ଟି ସମ୍ୱେଦନଶୀଳ ବୁଥରେ ଓ୍ୱେବ୍ କାଷ୍ଟ ହେବ । ପ୍ରାୟ ୭୫ ହଜାର ସୁରକ୍ଷାକର୍ମୀ ଓ ପ୍ରାୟ ୧ ଲକ୍ଷ ପୋଲିଂ ଅଧିକାରୀ ଭୋଟିଂ ପାଇଁ ନିୟୋଜିତ ହୋଇଛନ୍ତି । ୨୫୦ ସିଟ୍ ପାଇଁ ୧୩୪୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେଥିରୁ ୬୪୦ ଜଣ ପୁରୁଷ ଓ ୭୦୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

Leave A Reply

Your email address will not be published.