Latest Odisha News

BREAKING NEWS

ଯୁଦ୍ଧ ପାଇଁ ଋଷିଆ ଛାଡୁଛି ମ୍ୟାଗଡୋନାଲ୍ଡସ

ଭୁବନେଶ୍ୱର: ଋଷିଆ ଛାଡ଼ିବ ମ୍ୟାଗଡୋନାଲ୍ଡସ! ୟୁକ୍ରେନ ସହ ଯୁଦ୍ଧ ପାଇଁ ବିଶ୍ୱର ଏହି ସର୍ବବୃହତ୍ ଫାଷ୍ଟଫୁଡ ବ୍ରାଣ୍ଡ ମସ୍କୋ ଛାଡ଼ିବାକୁ ଯାଉଛି । ଏଭଳି ଯୁଦ୍ଧ ପରିସ୍ଥିତିରେ ଲୋକଙ୍କୁ ତିନି ଦଶନ୍ଧିର ପ୍ରିୟ ଖାଦ୍ୟରୁ ବଞ୍ଚିତ କରିବାକୁ ବାଧ୍ୟ ହେଉଛି ବିଶ୍ୱର ଏକ ବୃହତ୍ ବର୍ଗର ଚେନ୍ ।

ମ୍ୟାଗଡୋନାଲ୍ଡସ ଯେବେ ମସ୍କୋରେ ପ୍ରଥମ ରେସ୍ତୋରାଁ ଖୋଲିଥିଲା, ଉତ୍ସବ ପରି ଜମିଥିଲା ଭିଡ଼ । ୧୯୯୦ ମସିହା, ସୋଭିଏତ ଶାସନର ଅବସାନ । ତେଣେ ପସ୍କିନ ମ୍ୟାଗଡୋନାଲ୍ଡରେ ସଂଘର୍ଷର କଷ୍ଟ ମେଣ୍ଟାଉଥିଲେ ଋଷିଆ ବାସୀ ।

ତିନି ଦଶନ୍ଧିର ଆଦର ଆଉ ସ୍ଥାନୀୟ କର୍ମଚାରୀଙ୍କ ପରିଶ୍ରମକୁ କମ୍ପାନୀ କେବେ ଭୁଲିବନି ବୋଲି କହିଛନ୍ତି ସିଇଓ । ହେଲେ କମ୍ପାନୀର ନୀତି ଆଦର୍ଶକୁ ପ୍ରାଥମିକତା ଦେଇ ଛାଡ଼ିବାକୁ ବାଧ୍ୟ ବୋଲି କହିଛନ୍ତି କ୍ରିସ୍ କେମସିନସ୍କି ।

ପୁରା ଦେଶରେ ୮୫୦ଟି ୟୁନିଟ ବିକି ଦେଶ ଛାଡୁଛି ମ୍ୟାାଗଡୋନାଲ୍ଡସ । ପୁରୁଣା ଲୋଗୋ ଓ ମେନୁ ନ ବିକି ଆଗ୍ରହୀଙ୍କୁ ଷ୍ଟୋର ବିକିବାକୁ ଅଫର ଦେଇଛି କମ୍ପାନୀ । ଲକ୍ଷାଧିକ ଋଷିଆ ବାସୀ ଏଥିରେ ମନ ଦୁଃଖ କରିଥିଲେବି କିଛି ସୁଫଳ ନାହିଁ । ତେବେ ଅନେକ ପ୍ରେମୀ ଯୁଗଳଙ୍କ ଇମୋସନ ବନିଥିବା ମ୍ୟାଗଡୋନାଲ୍ଡସ ମଧ୍ୟ ପ୍ରାୟ ୧ ବିଲିଅନର କ୍ଷତି ସହିବାକୁ ଯାଉଛି ।

Leave A Reply

Your email address will not be published.