Latest Odisha News

BREAKING NEWS

ନବଜୋତ ସିଦ୍ଧୁଙ୍କୁ ବର୍ଷେ ଜେଲ, ୩୪ ବର୍ଷ ପରେ ସୁପ୍ରିମକୋର୍ଟଙ୍କ ଦଣ୍ଡ ବିଧାନ

ଭୁବନେଶ୍ୱର: ପଞ୍ଜାବ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ମାରପିଟ୍ ଘଟଣାରେ ଏକ ବର୍ଷ ଜେଲ୍ ହୋଇଛି । ଗୁରୁବାର ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୮୮ ମସିହାରେ ପଟିଆଲାରେ ପୂର୍ବତନ କ୍ରିକେଟର ପାର୍କିଂ କୁ ନେଇ ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ଝଗଡ଼ା କରି ମାରପିଟ୍ କରିଥିଲେ ।

ପରେ ହସ୍ପିଟାଲରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲା ଲମ୍ବା ସମୟ ଧରି ଚାଲିବା ପରେ ୧୯୯୯ ମସିହାରେ ପଟିଆଲା କୋର୍ଟ ସିଦ୍ଧୁଙ୍କୁ ଦୋଷମୁକ୍ତ ବୋଲି ରାୟ ଶୁଣାଇଥିଲେ । ସେହି ସମୟରେ ପ୍ରମାଣ ଅଭାବରୁ ସିଦ୍ଧୁ କେବଳ ସନ୍ଦେହ ର ଦୋଷାରୋପ ହୋଇଥିଲେ ।

କିନ୍ତୁ ୨୦୦୬ ମସିହାରେ ପଞ୍ଜାବ ଓ ହରୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ତିନି ବର୍ଷ ପାଇଁ ଜେଲ ଦଣ୍ଡ ରାୟ ଦେଇଥିଲେ । ୨୦୧୮ରେ ସିଦ୍ଧୁ ଏହି ମାମଲାରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସେ ପିଟିସନରେ ଉଲ୍ଲେଖ କରିଥିଲେ ଯେ ମାରପିଟ୍ ରେ କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇନଥିଲା । ଯାହା ତାଙ୍କୁ ଦୋଷମୁକ୍ତ କରିବା ସହ କେବଳ ୧ ହଜାର ଟଙ୍କା ଅର୍ଥ ଦଣ୍ଡ ମିଳିଥିଲା ।

ଏବେ ମୃତ ଗୁରନାମ ସିଂ ଙ୍କ ପରିବାର ଲୋକେ ୨୦୧୮ର ସୁପ୍ରିମ କୋର୍ଟଙ୍କ ରାୟ ର ସମୀକ୍ଷା କରିବାକୁ ପିଟିସନ ଦାଖଲ କରିଥିଲେ । ଏବଂ ସିଦ୍ଧୁଙ୍କୁ ଆହୁରି କଠୋର ଦଣ୍ଡ ଦେବାକୁ ଆବେଦନ କରିଥିଲେ ।
ସିଦ୍ଧୁ ସୁପ୍ରିମକୋର୍ଟଙ୍କ ରାୟ ର ପ୍ରତିକ୍ରିୟା ରଖି କହିଛନ୍ତି ଯେ, କୋର୍ଟଙ୍କ ରାୟ ନିକଟରେ ସେ ସମର୍ପଣ କରିବେ । ଟ୍ୱିଟ୍ କରି ସେ ଏହି ପ୍ରତିକ୍ରିୟା ରଖିଛନ୍ତି ।

Leave A Reply

Your email address will not be published.