Latest Odisha News

BREAKING NEWS

ନିଠାରୀ ହତ୍ୟା ମାମଲା: ସୁରେନ୍ଦ୍ର କୋଲିକୁ ଫାଶୀ, ମନିନ୍ଦର ସିଂଙ୍କୁ ଆଜୀବନ ଜେଲ

ଦିଲ୍ଲୀ : ନିଠାରୀ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ସିବିଆଇ କୋର୍ଟ । ସୁରେନ୍ଦ୍ର କୋଲିକୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ମନିନ୍ଦର ସିଂ ପଣ୍ଢେରଙ୍କୁ ୭ ବର୍ଷର ସଜା ହୋଇଛି । ଆଇପିସିର ଧାରା ୩୦୨ରେ ସୁରେନ୍ଦ୍ରଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ ମନିନ୍ଦର ସିଂଙ୍କୁ ଅନୈତିକ ବ୍ୟାପାର ଅଧିନିୟମର ଧାରା ୫ ଅନୁଯାୟୀ ୭ ବର୍ଷର ସଜା ଶୁଣାଯାଇଛି । କୋର୍ଟ କୋଲିକୁ ୪୦ ହଜାର ଟଙ୍କା ଜରିମାନା ଲଗାଇଥିବା ବେଲେ ମନିନ୍ଦର ସିଂଙ୍କ ଉପରେ ୪ ହଜାରର ଅର୍ଥଦଣ୍ଡ ଲାଗିଛି । ଏହା ପୂର୍ବରୁ କୋର୍ଟ ମନିନ୍ଦରଙ୍କୁ ହତ୍ୟା, ଅପହରଣ ଓ ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ କରିଥିଲେ ।

ନିଠାରୀ କାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କୁ ବର୍ତ୍ତମାନ ସୁଦ୍ଧା ୧୩ ମାମଲାରେ ମୃତ୍ୟୁଦଣ୍ଡ ହୋଇସାରିଛି । ତେବେ ୩ ମାମଲାରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ତାକୁ ଦୋଷ ମୁକ୍ତ କରାଯାଇଛି । ରାଷ୍ଟ୍ରପତିଙ୍କ ଦ୍ୱାରା ଗୋଟିଏ ମାମଲାରେ ରାଜକ୍ଷମା ଖାରଜ ହେବା ପରେ ସୁରେନ୍ଦ୍ରକୁ ମେରଠରେ ଫାଶୀ ଦିଆଯିବାର ଥିଲା । ତେବେ ସୁପ୍ରିମକୋର୍ଟ ସେତେବେଳେ ଏହା ଉପରେ ରୋକ ଲଗାଇଥିଲେ ।

ସେହିଭଳି ହାଇକୋର୍ଟ ଗୋଟିଏ ମାମଲାରେ ଫାଶୀ ଆଦେଶକୁ ବଦଳାଇ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ । ସ୍ୱତନ୍ତ୍ର ସିବିଆଇ କୋର୍ଟ ଫାଶୀର ସଜା ଶୁଣାଇବା ପରେ କୋଲି ଏବଂ ପଣ୍ଢେରଙ୍କ ବିରୋଧରେ ଅଧିକାଂଶ ମାମଲା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।

Leave A Reply

Your email address will not be published.