ମେଲବୋର୍ଣ୍ଣ: ମହିଳା ଟି୨୦ ବିଶ୍ୱକପ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆର ସ୍କଟ ମୋରିସନ ସୋସିଆଲ ସାଇଟରେ ନିଜ ଦେଶକୁ ସମର୍ଥନ କରିବା ସହ ପରସ୍ପର କଥା କଟାକଟି ହୋଇଛନ୍ତି । ଫାଇନାଲ ପୂର୍ବରୁ ସ୍କଟ ମୋରିସନ ଟ୍ୱିଟ କରି ମୋଦିଙ୍କୁ ଟ୍ୟାଗ କରିଛନ୍ତି ଏବଂ ତାଙ୍କ ଦେଶ ଟ୍ରଫି ଜିତିବ ବୋଲି କହିଛନ୍ତି । ମୋଦି କହିଛନ୍ତି, ବ୍ଲ୍ୟୁ ମାଉଣ୍ଟେନ ପରି ଆସନ୍ତାକାଲି ଏମସିଜି ମଧ୍ୟ ବ୍ଲ୍ୟୁ ହୋଇଯିବ। ସ୍କଟ ମୋରିସର ଟ୍ୱିଟ କରି କହିଛନ୍ତି, ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ମହିଳା ବିଶ୍ୱକପ ଫାଇନାଲ ମେଲବର୍ଣ୍ଣରେ ହେବ । ଏମସିଜିର ବିଶାଳ ଷ୍ଟାଡିୟମ ଓ ଲୋକଙ୍କ ସମ୍ମୁଖରେ ଦୁଇଟି ବେଷ୍ଟ ଟିମ୍ ପରସ୍ପରକୁ ଭେଟିବେ।
ଏହା ଏକ ଚମତ୍କାର ରାତି ଓ ଭଲ ମ୍ୟାଚ ହେବ। ତେବେ ଅଷ୍ଟ୍ରେଲିଆ ହିଁ ବାଜିମାତ କରିବ ।” ଏହାର ଜବାବର ମୋଦି ଦେଇ ଲେଖିଛନ୍ତି ଯେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ଟି-୨୦ ବିଶ୍ୱକପ ଫାଇନାଲ ଆସନ୍ତାକାଲି ହେବ। ଏହାଠାରୁ ଆଉ ବଡ଼ କିଛି ନ ହୋଇପାରେ। ଉଭୟ ଟିମକୁ ଶୁଭେଚ୍ଛା ଓ ମହିଳା ଦିବସର ଶୁଭକାମନା । ଯିଏ ଭଲ ଖେଳିବ, ସିଏ ଜିତିବ। ବ୍ଲ୍ୟୁ ମାଉଣ୍ଟେନ ପରି ଆସନ୍ତାକାଲି ଏମସିଜି ମଧ୍ୟ ନୀଳ ହେଇଯିବ ।”
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.