Latest Odisha News

BREAKING NEWS

ସାହିନବାଗରେ ଗୁଳିଚଳାଇଥିବା କପିଳଙ୍କୁ ଜାମିନ ମିଳିଲା

ନୂଆଦିଲ୍ଲୀ: ଦିଲ୍ଲୀର ସାହିନବାଗରେ ଗୁଳି ଫୁଟାଇ ଗିରଫ ହୋଇଥିବା କପିଳ ଗୁଜ୍ଜରଙ୍କୁ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଛି । ଜାମିନକୁ ଦିଲ୍ଲୀ ପୁଲିସ ବିରୋଧ କରିଥିଲା । ଦିଲ୍ଲୀର ଦାଲୁ ପୁରା ଅଞ୍ଚଳର ଅଧିବାସୀ କପିଲ ଗତ ଫେବ୍ରୁଆରି ୧ ତାରିଖରେ ଦିଲ୍ଲୀର ସାହିନବାଗରେ ହେଉଥିବା ଆନ୍ଦୋଳନ ସ୍ଥାନରେ ପହଞ୍ଚି ଦୁଇଥର ଫାଙ୍କା ଗୁଳିଚାଳନା କରିଥିଲା । ଏହାପରେ ଦିଲ୍ଲୀ ପୁଲିସ ତାକୁ ଗିରଫ କରିଥିଲା ।

ଜେରା ବେଳେ ସେ କହିଥିଲା ଯେ ଏହି ଆନ୍ଦୋଳନକାରୀଙ୍କ ଦ୍ୱାରା ରାସ୍ତା ବନ୍ଦ ହେବା ଯୋଗୁଁ ଲୋକମାନଙ୍କ ପାଇଁ ଭୀଷଣ ଅସୁବିଧା ହେଉଛି । ସେ ନିଜେ ମଧ୍ୟ ହଇରାଣ ହେଉଥିବା ସେ କହିଥିଲା । ପରେ ଦିଲ୍ଲୀ ପୁଲିସ ଦାବି କରିଥିଲା ଯେ ଏହି ଯୁବକ ଆମ ଆଦମି ପାର୍ଟି (ଆପ)ର ସଦସ୍ୟ ଥିଲା । କପିଲର ମୋବାଇଲ ଫୋନରୁ ମିଳିଥିବା କେତେକ ଫଟୋରୁ ସେ ଆପର ସଦସ୍ୟ ବୋଲି ପୁଲିସ କହିଥିଲା । ଏସବୁ ଫଟୋରେ ସେ ଆପର ବରିଷ୍ଠ ନେତା ସଂଜୟ ସିଂଙ୍କ ସହ ଥିବା ଦେଖାଯାଇଛି ।

Leave A Reply

Your email address will not be published.