Latest Odisha News

BREAKING NEWS

ନନ୍ଦନକାନନରେ ହାତୀ ‘ଚନ୍ଦନ’ର ମୃତ୍ୟୁ

ଭୁବନେଶ୍ୱର: ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ଏକ ଦନ୍ତା ହାତୀ ‘ଚନ୍ଦନ’ର ମୃତ୍ୟୁ ଘଟିଛି ।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଗତ ୧୩ ତାରିଖରେ ଏହି ୧୦ ବର୍ଷ ଦନ୍ତା ହାତୀଟି କୌଣସି କାରଣବଶତଃ ଅସୁସ୍ଥ ହୋଇପଡିଥିଲା ।

ତେବେ ଦୁର୍ଭାଗ୍ୟବଶତଃ ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର୍ ପ୍ରାୟ ୩ଟା ୪୦ମି.ରେ ତା’ର ମୃତ୍ୟୁ ଘଟିଛି । ଅପରପକ୍ଷରେ ହାତୀଟି ଅନେକ ପ୍ରକାର ଇନଫେକସନରେ ପିଡିତ ହୋଇଥିବା ନେଇ ସନ୍ଦେହ ପ୍ରକାଶ କରାଯାଉଛି । ଆହୁରି ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ପ୍ରାଣୀଉଦ୍ୟାନ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.