Latest Odisha News

BREAKING NEWS

ଆଇପିଏଲରେ ସର୍ବାଧିକ ମ୍ୟାଚ ଖେଳିବାରେ ରେକର୍ଡ କଲେ କ୍ୟାପଟେନ କୁଲ୍‌

ଦୁବାଇ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଧୋନୀ ଆଇପିଏଲରେ ସର୍ବାଧିକ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ସେ ୧୯୪ ମ୍ୟାଚ ଖେଳି ସୁରେଶ ରାଇନାଙ୍କୁ ଅତିକ୍ରମ କରିଛନ୍ତି । ବ୍ୟକ୍ତିଗତ କାରଣରୁ ରାଇନା ଆଇପିଏଲରେ ଖେଳୁ ନ ଥିବାରୁ ଏହାର ଫାଇଦା ଧୋନୀଙ୍କୁ ମିଳିଛି ।

ସେହିପରି ଚେନ୍ନାଇ ସୁପର କିଙ୍ଗ୍‌ସ ପକ୍ଷରୁ ସେ ୧୬୪ତମ ମ୍ୟାଚ ଖେଳିଛନ୍ତି । ଧୋନୀଙ୍କ ପଛକୁ ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା ରହିଛନ୍ତି । ସେ ୧୯୨ ମ୍ୟାଚ ଖେଳି ସାରିଛନ୍ତି । ଏମାନଙ୍କ ପଛକୁ ଦୀନେଶ କାର୍ତିକ (୧୮୪), ବିରାଟ କୋହଲି (୧୮୦) ଓ ରବିନ ଉଥପ୍ପା (୧୮୦) ରହିଛନ୍ତି ।

Leave A Reply

Your email address will not be published.