ମୁମ୍ବାଇ: ଡାକ୍ତର ହେବାର ସ୍ୱପ୍ନ ଏବଂ ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସ୍ୱପ୍ନ! ଏହି ସବୁ ସ୍ୱପ୍ନ ପୂରଣ କରିବାର ପଥ ଏହି ପରୀକ୍ଷା ଦେଇ ଗତି କରେ। ଏହି ସ୍ୱପ୍ନ ଦେଖିଥିବା ଛାତ୍ରଛାତ୍ରୀଙ୍କ ସ୍ଥିତିକୁ ନେଇ ଏକ ୱେବ୍ ସିରିଜ୍ ଆସୁଛି, ଯାହାର ନାଁ ରହିଛି ‘ମେଡିକାଲ ଡ୍ରିମ୍ସ’। ଯାହାର ଟିଜର୍ ଏବେ ରିଲିଜ ହୋଇଛି।
ଏଥିରେ ଶରମନ ଯୋଶୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେ ଜଣେ ଶିକ୍ଷକ ଭୂମିକାରେ ନଜର ଆସିଛନ୍ତି। ଯିଏ ମେଡିକାଲ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଉଛନ୍ତି ଏବଂ କୋଚିଂ ନେଉଥିବା ପିଲାମାନଙ୍କୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ବୁଧାବାର ଏହି ୱେବ୍ ସିରିଜ୍ର ଟିଜର ରିଲିଜ୍ ହୋଇସାରିଛି।
‘ମେଡିକାଲ୍ ଡ୍ରିମ୍ସ’ ହେଉଛି ୟୁଟ୍ୟୁବ୍ ଚ୍ୟାନେଲ୍ ‘ଗର୍ଲିଆପା’ର ଏକ ନିଜସ୍ୱ ସିରିଜ। ଏହି ଚ୍ୟାନେଲଟି ମହିଳା-କୈନ୍ଦ୍ରିକ ଛୋଟ ଭିଡିଓ ଏବଂ ଯୁବ-କୈନ୍ଦ୍ରିକ ଶୋ’ ପାଇଁ ଲୋକପ୍ରିୟ। ଟିଜରର ଆରମ୍ଭରେ ଶରମନ ଯୋଶୀ ଶ୍ରେଣୀରେ ବସିଥିବା ଛାତ୍ରମାନଙ୍କୁ କହୁଛନ୍ତି, ‘ଦୁନିଆରେ ଲୋକମାନେ ଡାକ୍ତରଙ୍କୁ ସବୁଠାରୁ ଅଧିକ ବିଶ୍ୱାସ କରନ୍ତି।’ ଯଦି ଆପଣ ଡାକ୍ତର ହେବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ମନେରଖନ୍ତୁ, ଯେକୌଣସି କ୍ଷେତ୍ରରେ ଡାକ୍ତର ହେବାର ପଥ ନିଟ୍ (NEET) ଦେଇ ଯାଇଥାଏ। ନିଟ୍ରେ ଉତ୍ତୀର୍ଣ୍ଣ ହେବା ଏଭରେଷ୍ଟ ପର୍ବତ ଚଢ଼ିବା ସଙ୍ଗେ ସମାନ।
Comments are closed.