Latest Odisha News

ନବ ଦାସ ହତ୍ୟା ଘଟଣା; ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ: ଦୀପାଳି

ଭୁବନେଶ୍ୱର: ଆଜି ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପୂରିଛି ଦୁଇ ବର୍ଷ । ହେଲେ ବର୍ତ୍ତମାନ ସୁଦ୍ଧା ମାମଲାର କୌଣସି ସମାଧାନ ହୋଇପାରୁନାହିଁ । ଏନେଇ ନବ ଦାସଙ୍କ ଝିଅ ଦୀପାଳି କହିଛନ୍ତି, ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ ଖୁବ୍ ଶୀଘ୍ର ଏନେଇ ଚିଠି ଲେଖିବୁ । ପ୍ରସ୍ତୁତି ଚାଲିଛି ଖୁବ୍ ଶୀଘ୍ର ପ୍ରଦାନ କରିବୁ ।

ସେ ଆହୁରି କହିଛନ୍ତି ଯେ, ଏହି ଘଟଣା କାହା ପାଇଁ ରାଜନୀତି ହୋଇପାରେ, ହେଲେ ମୋ ପରିବାର ପାଇଁ ଏହା ଦୁଃଖଦ ବିଷୟ । ତଦନ୍ତ ହେବ ଏବଂ ନିରପେକ୍ଷ ତଦନ୍ତ ହେଉ ବୋଲି ଦୀପାଳି କହିଛନ୍ତି ।

ନିକଟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା କ’ଣ ହେବ ସେ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ସରକାର । ନବ ଦାସଙ୍କ ହତ୍ୟା ମାମଲା ଏବେ ବିଚାରାଧୀନ ରହିଛି । ଏହି ଘଟଣାର ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି ।

Comments are closed.