Latest Odisha News

ସାମ୍ବାଦିକତା ନାଁରେ ହାଇପ୍ରୋଫାଇଲ୍ ଦଲାଲି

ଭୁବନେଶ୍ୱର: ଦିନକୁଦିନ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ମାତ୍ର କେଇଜଣ ନକଲି ସାମ୍ବାଦିକଙ୍କ ପାଇଁ ବଦନାମ ହେଉଛି ସାମ୍ବାଦିକ ଓ ସାମ୍ବାଦିକତା । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କେଳଙ୍କାରୀ । ପୁଣିଥରେ ଜଣେ ନକଲି ସାମ୍ବାଦିକର କଳା କାରନାମା ପଦାରେ ପଡିଛି ।

ସୁନୀଲ ସାମନ୍ତରାୟ ନାମକ ଜଣେ ବ୍ୟକ୍ତି ନାଁରେ ମେଡିକାଲରେ ସିଟ୍ କରାଇଦେବା କହି ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଲକ୍ଷେ କି ଦୁଇ ଲକ୍ଷ ନୁହେଁ M.K.C.G ମେଡିକାଲରେ ଆଡମିଶନ୍ କରାଇଦେବ କହି ୧୫ ଲକ୍ଷ ଟଙ୍କା ଠକିନେଇଥିଲା ଅଭିଯୁକ୍ତ ସୁନୀଲ ସାମନ୍ତରାୟ ।

ନିଜକୁ ଗଣମାଧ୍ୟମ ପ୍ରତିନିଧି ଓ ଉପର ସ୍ତରରେ ଚିହ୍ନା ଥିବା କହି ଲୋକଙ୍କୁ ସେ ଠକିବାକୁ ବାହାନା ବନାଇଥିଲା । ଜାଣି ତାଜୁବ ହେବେ JEE ନାଁରେ ଅସଲି ଡିମାଣ୍ଡ ଡ୍ରାଫ୍ଟ ସହ ନକଲି ଲେଟର୍ ଇସ୍ୟୁ କରି ଅଭିଯୁକ୍ତ ସୁନୀଲ ଖୋଲାଖୋଲି ଲୋକଙ୍କୁ ଭୁଆଁ ବୁଲାଉଥିଲା । ତେବେ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଆକ୍ସନ ମୋଡକୁ ଆସିଥିଲା ।

ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲାବେଳେ ସେ ବ୍ୟବହାର କରୁଥିବା ଏକ ଦାମୀ ଗାଡି ଓ ଏକ ନ୍ୟୁଜ ୱେବ୍ ପୋର୍ଟାଲର ପରିଚୟ ପତ୍ର ମଧ୍ୟ ଜବତ ହୋଇଛି । ପ୍ରାଥମିକ ସୂଚନା ଅନୁଯାୟୀ ମାମଲା ରୁଜୁ ହେଲାପରେ ଅଭିଯୁକ୍ତଠାରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ଖୋଳତାଡରୁ ଜଣାପଡିଛି ପୂର୍ବରୁ MBBS ସିଟ୍ ବ୍ଲକିଂ ମାମଲାରେ ସୁନୀଲ ସାମନ୍ତରାୟ ଗିରଫ ହୋଇଥିଲା ।

Leave A Reply

Your email address will not be published.