Latest Odisha News

BREAKING NEWS

ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ, ସ୍ତ୍ରୀକୁ କାଠଫାଳିଆରେ ପିଟିପିଟି ହତ୍ୟା

ବାରିପଦା : ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି କାଠଫାଳିଆ ପିଟିପିଟି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ଏହା ପରେ ମୃତଦେହକୁ ଘର ପାଖରେ ପୋତିବାକୁ ଚେଷ୍ଟା କରୁଥିବା ବେଳେ ଗାଁ ଲୋକେ ହତ୍ୟାକାରୀ ସ୍ୱାମୀକୁ ଅଟକ ରଖିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଗାଁର ମଙ୍ଗୁଳୁ କଟୁଆଳ ଓ ତାଙ୍କ ସ୍ତ୍ରୀ ବୁଦୁଲୁଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ବଚସା ହୋଇଥିଲା । ଏହାପରେ ମଙ୍ଗୁଳୁ ମଦ୍ୟପାନ କରି କାଠଫାଳିଆରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଥିଲା । ଏହାପେ ପ୍ରମାଣ ଲୁଚାଇବା ପାଇଁ ସେ ଏକ ଗାତ ଖୋଳି ତାକୁ ପୋତୁଥିବା ବେଳେ ଗାଣ ଲୋକେ ଜାଣିପାରି ପୋଲିସରେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ।

ମୋରଡ଼ା ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.