ଅନୁଗୁଳ: କାମକୁ କାମ କରୁଛନ୍ତି, ହେଲେ ଠିକ ସମୟରେ ମିଳୁନି ପାରିଶ୍ରମିକ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ। ଏଠାରେ ପ୍ରାୟ ୨୫ଜଣ ଡିଏମଏଫ୍ ଷ୍ଟାଫ୍ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଛନ୍ତି । ହେଲେ ବିନା ଦରମାରେ।
ଆଜକୁ ପ୍ରାୟ ୪ ମାସ ହେବ ସେମାନଙ୍କୁ ଦରମା ମିଳିନାହିଁ । ଯାହାଫଳରେ ନିଜ ସହ ପରିବାରର ଖର୍ଚ୍ଚ ଉଠାଇବା ଏବେ ଅତ୍ୟନ୍ତ କଷ୍ଟଦାୟକ ହୋଇଛି। ସେମାନେ ଦରମା ନ ପାଇ ମଧ୍ୟ ନିଜର କାର୍ଯ୍ୟରେ କୌଣସି ଅବହେଳା କରୁନାହାନ୍ତି । କିନ୍ତୁ ସେମାନଙ୍କୁ ଠିକ୍ ସମୟରେ ଦରମା ନ ମିଳିବାରୁ ବିନା ଦରମାରେ ଆସି କାମ କରିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି ।
ଏନେଇ ବାରମ୍ବାର ଜିଲ୍ଲାପାଳ, ଏସଡିଏମଓଙ୍କୁ ଜଣାଇଥିଲେ ମଧ୍ୟ ନା କେହି ଶୁଣୁଛନ୍ତି ନା ସମସ୍ୟାର ସମାଧାନ ହେଉଛି। ଅନ୍ୟକିଛି ବାଟ ନ ପାଇ ସମସ୍ତ କର୍ମଚାରୀ ତାଳଚେର ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ଗତକାଲି ଧାରଣାରେ ବସିଥିଲେ । ଆଗାମୀ ଦିନରେ ସେମାନଙ୍କର ସମସ୍ୟାର ସମାଧାନ ନହେଲେ ସେ କାର୍ଯ୍ୟ ବନ୍ଦ କରି ଆଗକୁ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
Comments are closed.