Latest Odisha News

BREAKING NEWS

କୋର୍ଟ ଭିତରେ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା

ଇସଲାମାବାଦ: ପାକିସ୍ତାନର ବରିଷ୍ଠ ଆଇନଜୀବୀଙ୍କୁ ହାଇକୋର୍ଟ ଭିତରେ ଗୁଳିକରି ହତ୍ୟା । ପେଶଓ୍ବାର ହାଇକୋର୍ଟ ବାରରେ ବରିଷ୍ଠ ଆଇନଜୀବୀ ଅବଦୁଲ ଲତିଫ ଆଫ୍ରିଦିଙ୍କୁ ଗୁଳି କରି ହତ୍ୟା କଲେ ସହଯୋଗୀ । କୌଣସି କାରଣକୁ ନେଇ ସହଯୋଗୀ ଆଇନଜୀବୀ ଆଦନାନ ଆଫ୍ରିଦିଙ୍କୁ ଗୁଳି କରିଥିଲେ । ସେ ଗୁଳିମାଡରେ ଆହତ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଆଦନାନ ଗିରଫ ହୋଇଥିବା ଜଣାପଡ଼ିଛି । ତେବେ ଆଫ୍ରିଦିଙ୍କ ଦେହରେ ୬ଟି ଗୁଳି ବାଜିଥିବା ଜଣାଯାଇଛି । ଆଫ୍ରିଦି ଥିଲେ ପାକିସ୍ତାନ ସୁପ୍ରିମକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ।

ମୃତ୍ୟୁ ବେଳକୁ ତାଙ୍କୁ  ୭୯ ବର୍ଷ ହୋଇଥିଲା। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଇଫତିକାର ମହମ୍ମଦ ଚୌଧୁରୀଙ୍କୁ ପୁନଃଅବସ୍ଥାପିତ କରାଯିବା ଆନ୍ଦୋଳନରେ ପ୍ରମୁଖ ଭୂମିକା ନେଇଥିଲେ ଆଫ୍ରିଦି ।

 

Leave A Reply

Your email address will not be published.