Latest Odisha News

BREAKING NEWS

ପୂର୍ବତନ ସରପଞ୍ଚଙ୍କ ଘରେ ବୋମା ମାଡ଼

ବାଙ୍କୀ : ବାଙ୍କୀ କୁସପଙ୍ଗି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ବାସଭବନରେ ବୋମାମାଡ଼ । ସରପଞ୍ଚ ପୁଷ୍ପଲତା ପରିଡାଙ୍କ ନିସ୍ତିପୁର ସ୍ଥିତ ଘରେ ବୋମାମାଡ଼ ହୋଇଛି । ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଥିବା ଜଣାପଡିଛି ।

ବୋମାମାଡ଼ରେ ବାସଭବନରେ ଥିବା ବୋଲର ଓ ଟାଟାଏସିର କିଛି ଅଂଶ ନଷ୍ଟ ହୋଇଥିବା ବେଳେ, କିଏ ଓ କାହିଁକି ବୋମାମାଡ଼ କଲା ତାହା ଜଣାପଡ଼ିନାହିଁ । ଘର ଉପରକୁ ବୋମା ମାଡ଼ ସମୟର ଦୃଶ୍ୟ CCTVରେ କଏଦ ହୋଇଛି । ତେବେ ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.