Latest Odisha News

BREAKING NEWS

ଡାକ୍ତରୀ ଛାତ୍ରୀଙ୍କ ପ୍ଲାଜମା ଦାନ

କଟକ: କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କଲେ ଏସସିବିର ଡାକ୍ତରୀ ଛାତ୍ରୀ । ରାଜ୍ୟର ପ୍ରଥମ ମହିଳା ଭାବେ ସେ ପ୍ଲାଜମା ଦାନ କରିଛନ୍ତି । ସେ କରୋନା ପଜିଟିଭି ଚିହ୍ନଟ ହେବା ପରେ ତାଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଇଥିଲା । ସେ ସୁସ୍ଥ ହୋଇ ଫେରିବା ପରେ ଅନ୍ୟ ରୋଗୀଙ୍କୁ ପ୍ଲାଜମା ଦାନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ।

ପ୍ଲାଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ଡାକ୍ତରୀ ଛାତ୍ରୀଙ୍କ ଏହି ପଦକ୍ଷେପକୁ ସବୁସ୍ତରରେ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.