Latest Odisha News

BREAKING NEWS

କରୋନା ଋଣରେ କିଣାଗଲା ଦାମୀ ଗାଡି, ଗିରଫ କମ୍ପାନୀ ମାଲିକ !

ଭୁବନେଶ୍ୱର: କରୋନାରେ ଭାଙ୍ଗିପଡିଛି ଅର୍ଥନୈତିକ ସ୍ଥିତି । ସରକାର ଦେଇଥିଲେ ରିଲିଫ ଫଣ୍ଡ । ହେଲେ ନିଜ କର୍ମଚାରୀଙ୍କୁ ସହାୟତା ଦେବା ବଦଳରେ ଏକ ଦାମୀ ଗାଡି କିଣି ଗିରଫ ହୋଇଛନ୍ତି ଜଣେ କମ୍ପାନୀ ମାଲିକ । ଏଭଳି ଏକ ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

କରୋନା କହରରେ ଖାସ କରି ବେସରକାରୀ କର୍ମଚାରୀଙ୍କ ଦରମା କାଟ ଓ ଚାକିରୀରୁ ବହିଷ୍କାର ଭଳି ଘଟଣା ସାଧାରଣ ପାଲଟିଛି । ଏପରି ସ୍ଥିତିରେ ଅନେକ ଛୋଟମୋଟ କମ୍ପାନୀକୁ ଆମେରିକୀୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ହେଲେ ଫ୍ଲୋରିଡାର ଜଣେ ବ୍ୟକ୍ତି କରୋନା ରିଲିଫ ଫଣ୍ଡକୁ ଉପଯୁକ୍ତ ଉପାୟରେ ବିନିଯୋଗ ନ କରି ୨୫.୬ କୋଟି ଟଙ୍କାର ଏକ ଦାମୀ ଗାଡି କିଣି ଗିରଫ ହୋଇଛନ୍ତି ।

ୱାସିଂଟନ୍ ପୋଷ୍ଟ ରିପୋର୍ଟ ଅନୁଯାୟୀ ଫ୍ଲୋରିଡାର ଡେଭିଡ ଟି ହାଇନ୍ସ ନାମକ ଜଣେ ବ୍ୟକ୍ତିଙ୍କୁ ୪ ମିଲିଅନ ଡଲାର ଋଣ ମିଳିଥିଲା । ହେଲେ ସେହି ଅର୍ଥକୁ ସେ ନିଜ କର୍ମଚାରୀଙ୍କୁ ଦେବା ବଦଳରେ ଏକ ଦାମୀ ଗାଡି କିଣା, ହୋଟେଲରେ ରହିବା ଓ ସୁନାଗହଣା କିଣିିବାରେ ବିନିଯୋଗ କରିଥିଲେ । ତେବେ ସେହି ଦାମୀ ଗାଡିକୁ ଚଳାଇ ଡେଭିଡ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ଫେଡେରାଲ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.