ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଓଡ଼ିଶାରେ ୫ ମାସ ପାଇଁ ମହଜୁଦ ରହିଛି ଅତ୍ୟାବଶ୍ୟକ ଔଷଧ । ତେବେ ଅତିରିକ୍ତ ୪ ମାସର ଔଷଧ ମହଜୁଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାରୁ ମେ ମାସ ସୁଦ୍ଧା ଔଷଧ ଆଣି ରଖାଯିବ । କରୋନା ଟେଷ୍ଟିଙ୍ଗ ପାଇଁ ଆର୍ଟିପିସିଆର ମେସିନ, ବାଓସେଫଟି କ୍ୟାବିନେଟ, ବିଏସଏଲ୨ ପ୍ଲସ ଲାବ ଅଣାଯାଇଛି ।
ସେହିପରି ବର୍ତ୍ତମାନ ଆଇସିୟୁ ଭେଣ୍ଟିଲେଟର ୨୯୯ଟି କାର୍ୟ୍ୟକ୍ଷମ ଥିବାବେଳେ ୪୨୪ଟି ଅର୍ଡର ଦିଆଯାଇଥିଲା, ଯେଉଁଥିରୁ ୫୭ଟି ପହଞ୍ଚିସାରିଛି । ଆସନ୍ତା ୬ ସପ୍ତାହ ଭିତରେ ଅନ୍ୟ ଅର୍ଡ଼ରଗୁଡିକ ମିଳିଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡିଶା ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ।
ସେହିପରି ଅକ୍ସିଜେନ କନସେନଟ୍ରଟର୍ସ ୧୦୦୪ଟି କାର୍ୟ୍ୟକ୍ଷମ ଥିବାବେଳେ ୧୦ ହଜାରଟି ଅର୍ଡର ଦିଆଯାଇଛି । ଏଥିରୁ ୫୮୬ଟି ପହଞ୍ଚିସାରିଛି । ନେବୁଲାଇଜର ୭୭୦୦ଟି ଅର୍ଡର ଦିଆଯାଇଥିବାବେଳେ ୭୨୦୦ଟି ପହଞ୍ଚି ସାରିଛି । ଯାମିନୀ ଷଡ଼ଙ୍ଗୀ କହିଛନ୍ତି ଯେ ଯାହାକୁ ଆଇସିୟୁ ଆବଶ୍ୟକ ନାହିଁ କିନ୍ତୁ ଅକ୍ସିଜେନ ଆବଶ୍ୟକ ଅଛି ସେମାନଙ୍କ ପାଇଁ ଅକ୍ସିଜେନ କନସେନଟ୍ରଟର୍ସ ଓ ନେବୁଲାଇଜର ଆବଶ୍ୟକ ରହିଛି । କରୋନାକୁ ମୁକାବିଲା କରିବାକୁ ରାଜ୍ୟରେ ଥିବା ମେଡିକାଲମାନଙ୍କୁ ପର୍ୟ୍ୟାପ୍ତ ପରିମାଣର ଔଷଧ ଓ ମେଡିକାଲ ଉପକରଣ ପହଂଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ଓଡିଶା ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା କହିଛନ୍ତି ।
BREAKING NEWS
- Union Budget 2026: ଶସ୍ତା ହେବ କର୍କଟ, ମଧୁମେହ ଏବଂ ଅଟୋଇମ୍ମ୍ୟୁନ୍ ରୋଗର ଔଷଧ…
- ବଜେଟ୍ ୨୦୨୬: ବାୟୋଫାର୍ମାକୁ ଫୋକସ, ୧୦ ହଜାର କୋଟି ଟଙ୍କା ହେବ ନିବେଶ
- ବଜେଟ୍ ୨୦୨୬-୨୭ରେ ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ଉପରେ ଫୋକସ୍
- Budget 2026: ବଜେଟ ୨୦୨୬: ଏପ୍ରିଲ ୧ରୁ ନୂଆ ଆୟକର ନିୟମ
- Rare Earth Corridors In Odisha: ବଜେଟରେ ଓଡ଼ିଶା ପାଇଁ ବଡ଼ ଘୋଷଣା, ନିର୍ମାଣ ହେବ ବିରଳ ପୃଥିବୀ ଖଣିଜ ପଦାର୍ଥ କରିଡର
- Budget 2026: ବଜେଟ୍ ଉପସ୍ଥାପନା ପୂର୍ବରୁ କାହିଁକି ପ୍ରସ୍ତୁତ ହୁଏ ହାଲୱା, କ’ଣ ରହିଛି ଏହା ପଛର ବିଶେଷ କାହାଣୀ?
- Union Budget 2026: ଚାଷୀ, ମହିଳା ଏବଂ ଯୁବକମାନଙ୍କୁ ଅଭିବୃଦ୍ଧି ପ୍ରଦାନ କରିବାର ଲକ୍ଷ୍ୟ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- ଲଟେରୀ ଜରିଆରେ ବିଏମ୍ସି ପକ୍ଷରୁ ପକ୍କା ଘର ଆବଣ୍ଟନ
- Budget 2026 Speech: ସଂସଦରେ ଆଗତ ହେଲା ବଜେଟ ୨୦୨୬-୨୭, ଲଗାତାର ୯ମ ଥର ପାଇଁ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- Budget 2026: କାହିଁକି ଚର୍ଚ୍ଚାରେ ନିର୍ମଳାଙ୍କ Part-B ପେଡ଼ି? ବଦଳେଇ ଦେବ ଭାରତର ଭବିଷ୍ୟତ! ଭାଙ୍ଗିଯିବ ୭୫ ବର୍ଷର ପରମ୍ପରା…
Comments are closed.