Latest Odisha News

BREAKING NEWS

ସୁଶାନ୍ତ ସିଂଙ୍କ ଦୁଇ ଭଉଣୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଏବେ ବି ରହସ୍ୟ ହୋଇ ରହିଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ । ସୁଶାନ୍ତଙ୍କ ମୃତ୍ୟୁ ନେଇ ଏନ୍‌ସିବି ତଦନ୍ତ ଜାରି ରଖିଛି । ତେବେ ଏହାରି ଭିତରେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ଦୁଇ ଭଉଣୀଙ୍କ ବିରୋଧରେ ଆଣିଛି ସଙ୍ଗୀନ ଅଭିଯୋଗ ।

ମୁମ୍ବାଇ ପୋଲିସ ବମ୍ବେ ହାଇକୋର୍ଟରେ କହିଛି, ସୁଶାନ୍ତଙ୍କ ଭଉଣୀଙ୍କ ବିରୋଧରେ ମାମଲା ଦାଏର କରାଯିବା ଉଚିତ । କାରଣ ରିୟା ଚକ୍ରବର୍ତ୍ତୀ ସେମାନଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ସେମାନଙ୍କୁ ଦାୟୀ କରିଛନ୍ତି।

ସୋମବାର ମୁମ୍ବାଇ ପୋଲିସ ବମ୍ବେ ହାଇକୋର୍ଟରେ ଏକ ଶପଥ ପାଠ ଦାଏର କରି  ସୁଶାନ୍ତଙ୍କ ଭଉଣୀ ନୀତୁ ସିଂ ଏବଂ ପ୍ରିୟଙ୍କା ସିଂହଙ୍କ ଯାଚିକାକୁ ଖାରଜ କରିବା ପାଇଁ ଅନୁରୋଧ କରିଛି। ଏହି ଶପଥପାଠରେ ମୁମ୍ବାଇ ପୋଲିସ ଆଶଙ୍କା ପ୍ରକାଶ କରିଛି, ସୁଶାନ୍ତଙ୍କ ଭଉଣୀ ଦେଇଥିବା ଔଷଧ ଯୋଗୁ ସୁଶାନ୍ତଙ୍କ ମାନସିକ ସ୍ଥିତି ଖରାପ ହାଇଥିଲା।

ସୁଶାନ୍ତଙ୍କୁ ଭୁଲ ଔଷଧ ଦେଉଥିବା ନେଇ ସେମାନଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରିବା ପାଇଁ  ସୁଶାନ୍ତଙ୍କ ଭଉଣୀ ଅନୁରୋଧ କରିଛନ୍ତି। ସୁଶାନ୍ତଙ୍କ ଭଉଣୀମାନେ ତାଙ୍କୁ ଭୁଲ ଔଷଧ ଦେଉଥିବା ନେଇ ରିୟା ଚକ୍ରବର୍ତ୍ତୀ ଅଭିଯୋଗ ଆଣିବା ପରେ ମୁମ୍ବାଇ ପୋଲିସ ଏକ ପ୍ରାଥମିକ ମାମଲା ଦାଏର କରିଛି। ତେବେ ଏହା ଦ୍ୱାରା ପୋଲିସ ଆବେଦନକାରୀ ତଥା ମୃତ ବ୍ୟକ୍ତିଙ୍କ ପରିବାର ପ୍ରତିଷ୍ଠା ପ୍ରତି ଆଞ୍ଚ ଆଣିଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷେ ମୁମ୍ବାଇ ପୋଲିସର ବରିଷ୍ଠ ନିରୀକ୍ଷକ ନିଖିଳ କାପ୍‌ସେ ଶପଥପାଠରେ ଏପରି ଅଭିଯୋଗକୁ  ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ବାନ୍ଦ୍ରା ପୋଲିସ ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି। ଏହି ଅଭିଯୋଗରେ ସେମାନେ ଅପରାଧ କରିଥିବା ଦର୍ଶାଯାଇଛି।

Comments are closed.