ମାଡ୍ରାସ: ତାମିଲନାଡୁର ରାଜଗୋପାଳସ୍ୱାମୀ ମନ୍ଦିରରେ ଥିବା ଗୋଟିଏ ହାତୀ ଏବେ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ହୋଇଛି । ଏହି ହାତୀର ନାମ ବବ୍ କଟ ସେଙ୍ଗାମାଲାମ । ହାତୀଟି ଲୋକପ୍ରିୟ ହେବାର ମୁଖ୍ୟ କାରଣ ହେଲା ଏହାର ହେୟାର ଷ୍ଟାଇଲ । ଆଇଏଏସ ସୁଧା ରମଣ ହାତୀର ଫଟୋ ଶେୟାର କରିବା ପରେ ଏହା ଭାଇରାଲ ହୋଇଥିଲା । ଏହାର ମାହୁନ୍ତ ରାଜଗୋପାଳଙ୍କ ମତରେ ହାତୀ ମୋର ନିଜର ସନ୍ତାନ ପରି । ଖାଇବା, ପିଇବାଠାରୁ ଆରମ୍ଭ କରି ଗାଧେଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ୪୫ ହଜାର ଟଙ୍କାର ସାୱାର ହାତୀର ଗାଧେଇବା ପାଇଁ ଲଗାଯାଇଛି । ଦିନକୁ ୩ ଥର ମୁଁ ସେଙ୍ଗମାଲାମର ଚୁଟି ସଫା କରିଥାଏ ବୋଲି ସେ କହିଛନ୍ତି । ୨୦୦୩ରେ କେରଳରୁ ରାଜଗୋପାଳସ୍ୱାମୀ ମନ୍ଦିରକୁ ଅଣାଯାଇଥିଲା । ଏବେ ସେ ଆମ ପରିବାର ସଦସ୍ୟ । ଅନ୍ୟ ହାତୀ ପରି ଆମେ ସେଙ୍ଗମାଲାମକୁ ପ୍ରାୟତଃ ବାନ୍ଧି ନ ଥାଏ । ସେ ମନ୍ଦିର ଚାରିପଟେ ମୁକ୍ତ ଭାବେ ବୁଲିଥାଏ ବୋଲୀ ରାଜଗୋପାଳ କହିଛନ୍ତି ।
BREAKING NEWS
- ମସଜିଦ ସର୍ଭେ ବେଳେ ହିଂସା: ପଥରମାଡ଼ରେ ୪ ମୃତ, ଇଣ୍ଟରନେଟ ସେବା ବନ୍ଦ
- ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ
- ସୃଷ୍ଟି ହେଲା ଲଘୁଚାପ, ଆସୁଛି ବାତ୍ୟା!
- ଶୀତ ଦିନେ ନିଅନ୍ତୁ ଏପରି ପିଲାଙ୍କ ଯତ୍ନ…
- କର୍ତ୍ତବ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ: ଜୋଙ୍କ ଥାନା ଆଇଆଇସି ଗୁରୁଦେବ କର୍ମି ନିଲମ୍ବିତ
- ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ତେଜୁଛି ରାଜନୀତି: ପ୍ରେସମିଟ କରି ଗର୍ଜିଲା ବିଜେଡି
- ଶେଷ ହେଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କାର ବ୍ୟବସାୟ
- ନିୟମ ଉଲଂଘନ କାରଣରୁ ସିଲ୍ ହେଲା ବାର୍
- ସରକାରୀ କ୍ୱାର୍ଟର ଭଡାରେ ଲଗାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
- ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
Comments are closed.