ମସ୍କୋ: ରୁଷ ଏବଂ ୟୁକ୍ରେନ ବିବାଦ ଚରମସୀମାରେ ପଂହଚିଯାଇଛି । ୟୁକ୍ରେନକୁ ଆମେରିକା ସମେତ ନାଟୋ ଦେଶଗୁଡିକ ସମର୍ଥନ କରୁଛନ୍ତି । ଶକ୍ତିଶାଳୀ ରୁଷ ବିରୋଧରେ ଲମ୍ବା ଲଢ଼େଇ ପାଇଁ ୟୁକ୍ରେନ ନାଗରିକମାନେ ମଧ୍ୟ ସେନାକୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ତେବେ ୭୯ ବର୍ଷୀୟ ବୃଦ୍ଧା ଭାଲେନଟିନା କୋନାଷ୍ଟାୟୋନଭସ୍କାଙ୍କ ହାତରେ ଏକେ୪୭ ଧରି ଅଭ୍ୟାସ କରୁଥିବା ଫଟୋ ଏବେ ଭାଇରାଲ ହୋଇଛି । ବୃଦ୍ଧାଙ୍କ ଦେଶପ୍ରେମ ଯୁବପିମୀଙ୍କୁ ବେଶ ପ୍ରେରଣା ଯୋଗାଇଛି ।
ମୋ ପରିବାର, ଦେଶ ଆଉ ଆଗାମୀ ପିଢ଼ୀ ପାଇଁ ଜୀବନ ଥିବା ପର୍ଯ୍ୟନ୍ତ ଲଢ଼ିବି ବୋଲି ସେ କହିଛନ୍ତି । ତାଙ୍କ ବ୍ୟତୀତ ମ୍ୟାରିପଲ ନାମକ ସ୍ଥାନରେ ସିଭିଲ କମ୍ବାଟ ଟ୍ରେନିଂ ଶିବିରରେ ଯୁବକଙ୍କ ବ୍ୟତୀତ ୫୦ ବର୍ଷରୁ ଅଧିକ ବୟସର ଅନେକ ପୁରୁଷ ଓ ମହିଳା ପ୍ରଶିକ୍ଷଣ ନେଉଥିବା ଦେଖିବାକୁ ମିଳିଛି ।
Comments are closed.