Latest Odisha News

BREAKING NEWS

ଆଉଟସୋର୍ସିଂ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ବୈଠକ 

ଯାଜପୁର :  ଆଉଟସୋର୍ସିଂ ଭାବେ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ କରିବା ଦାବୀରେ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଦୀର୍ଘ ଦିନ ଧରି ନିୟମିତ କର୍ମଚାରୀଙ୍କ ଭଳି କାମ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିୟମିତ କର୍ମଚାରୀଙ୍କ ମାନ୍ୟତା ମିଳୁନଥିବା ଅଭିଯୋଗ ହୋଇଛି । ଏହି ଅଭିେଯାଗକୁ ନେଇ ଆଜି ଯାଜପୁରର ତ୍ରିଲୋଚନଶ୍ୱର ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେଡିକାଲ, ଜିଲ୍ଲାପାଳ ଅଫିସ ସମେତ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉଟ ସୋର୍ସିଂ କର୍ମଚାରୀ ଏକତ୍ରିତ ହୋଇ ସରକାର ନିୟମିତ କରିବାକୁ ଦାବୀ ଉପସ୍ଥାପନ କରିଥିଲେ ।  ତେଣୁ ଖୁବ ଶିଘ୍ର ସେମାନଙ୍କୁ ନିୟମିତ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.