Latest Odisha News

BREAKING NEWS

୨ ଘଣ୍ଟା ପରେ ହ୍ୱାଟ୍ସଆପ୍ ଉପରୁ ହଟିଲା ‘ପରାଗ’ ପ୍ରଭାବ !

ନୂଆଦିଲ୍ଲୀ: ସଚଳ ହେଲା ଅଚଳ ହ୍ୱାଟ୍ସଆପ୍ । ଦୀର୍ଘ ୨ ଘଣ୍ଟା ପରେ ହ୍ୱାଟ୍ସ,ଆପ୍ ଉପରୁ ପରାଗ ପ୍ରଭାବ ହଟିଛି । ମଙ୍ଗଳବାରି ଦିନ ପ୍ରାୟ ୧୨ଟା ୩୦ । ହଠାତ୍ ହ୍ୱାଟ୍ସଆପ୍ ସର୍ଭର ଡାଉନ୍ ହୋଇ ଯାଇଥିଲା । ଆଜି ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେଉଥିବା ବେଳେ ହ୍ୱାଟ୍ସଆପ୍ ଭାରତ ସହ ଅଧିକାଂଶ ଦେଶରେ ୨ ଘଣ୍ଟା ଧରି ଡାଉନ୍ ରହିଥିଲା ।

ଏଥିସହ ପଢ଼ନ୍ତୁ: ସୂର୍ଯ୍ୟୋପରାଗରେ ବିଶ୍ୱବ୍ୟାପୀ ହ୍ୱାଟ୍ସଆପ୍ ଅଚଳ ! ଲାଗିଲା କି ଅଶୁଭ ନଜର ?

ଫଳରେ ହ୍ୱାଟ୍ସଆପ୍ ୟୁଜର କୌଣସି ମେସେଜ୍ କି ଭିଡିଓ କଲ୍ କରି ପାରୁ ନଥିଲେ । ଯାହାକୁ ନେଇ ଟ୍ୱିଟରରେ ହ୍ୱାଟ୍ସଆପ୍ ଟ୍ରୋଲ୍ ହୋଇଥିଲା । ଏପରିକି ଅନେକ ୟୁଜର୍ ହ୍ୱାଟ୍ସଆପ୍ RIP ଲେଖି ଟ୍ରୋଲ୍ କରିଥିଲେ । ଅନେକ ୟୁଜର୍ ମେଟା ସିଇଓଙ୍କ ଫଟୋକୁ ନେଇ ମିମିକ୍ରି କରିଥିଲେ ।

Leave A Reply

Your email address will not be published.