Latest Odisha News

ବାଚସ୍ପତିଙ୍କ ସହ ବିଶ୍ବବିଦ୍ୟାଳୟ ପ୍ରତିନିଧିଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ବର : ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ହାଇଦ୍ରାବାଦ କୋନେରୁ ଲକ୍ଷ୍ମୀୟ ବିଶ୍ବବିଦ୍ୟାଳୟର ପ୍ରତିନିଧି ଦଳ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ବିଭିନ୍ନ କର୍ମସଂସ୍ଥାନରେ ନିଯୁକ୍ତି ଦେବା ପ୍ରସଙ୍ଗରେ ବାଚସ୍ପତିଙ୍କୁ ଅବଗତ କରାଇଛନ୍ତି । ଜାନୁଆରୀ ୨୭, ୨୮ ଓ ୨୯ ତାରିଖରେ ଅନୁଷ୍ଠିତ ହେଉଥିବା ପ୍ରବେଶିକା ପରୀକ୍ଷା ଆଧାରରେ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ସହ ହାଇଦ୍ରାବାଦ ଓ ବିଜୟଓ୍ବାଡାରେ ଥିବା ବିଶ୍ବବିଦ୍ୟାଳୟରେ ବିଭିନ୍ନ ବୈଷୟିକ ଓ ସାଧାରଣ ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗ ପ୍ରଦାନ କରାଯିବ ।

ମେଧାବୀ ଛାତ୍ରଛାତ୍ରୀଙ୍କୁ ୧୦୦ କୋଟି ଟଙ୍କାର ମୋଟ ସ୍କଲାରସିପ୍ ରାଶି ପ୍ରଦାନ କରାଯିବ । ଏହି ବିଶ୍ବବିଦ୍ୟାଳୟରେ ୧୦ ହଜାର ଛାତ୍ର ଅଧ୍ୟୟନ କରୁଥିବା ବେଳେ, ୭୦୦ ଡକ୍ଟରେଟ୍ ଉପାଧୀପ୍ରାପ୍ତ ଅଧ୍ୟାପକ ଅଧ୍ୟାପନା କରୁଛନ୍ତି । ପ୍ରତିନିଧି ଦଳରେ ଆଡମିଶନ ନିର୍ଦ୍ଦେଶକ ଡଃ ଜେ. ଶ୍ରୀନିବାସ ରାଓ, ଜୋନାଲ ମୁଖ୍ୟ ଆର. ଶିବ କୁମାରଙ୍କ ସହ ୭ ଜଣିଆ ଦଳ ସାମିଲ ହୋଇଥିଲେ ।

Comments are closed.