Latest Odisha News

BREAKING NEWS

ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର : ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା ନେଇ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ । ହାଣ୍ଡି ଭଙ୍ଗା ଯାତ୍ରାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ବୈଠକରେ ଆଲୋଚନା ହୋଇଛି । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆଜି କପିଳେଶ୍ବର ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଆଲୋଚନା ହୋଇଥିବା ବେଳେ, ଆସନ୍ତାକାଲି ମଲିଆ ସେବିୟତ ଓ ଖୁଣ୍ଟିଆ ସେବାୟତଙ୍କ ସହ ହେବ ବୈଠକ ହେବ । ହାଣ୍ଡି ଭଙ୍ଗା ଯାତ୍ରାରେ ସହଯୋଗ କରିବା ପାଇଁ ସେବାୟତଙ୍କୁ ନିବେଦନ କରିବ ଜିଲ୍ଲା ପ୍ରଶାସନ । ବିବାଦ ଯୋଗୁଁ ଗତ ୨୦୧୫ରୁ ମହାପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭାଙ୍ଗି ଯାତ୍ରା ବନ୍ଦ ରହିଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦେବତ୍ତୋର ବିଭାଗର ଅତିରିକ୍ତ କମିଶନର, ବିଏମସି ଅତିରିକ୍ତ କମିଶନର, ଲିଙ୍ଗରାଜ ମନ୍ଦିର ପ୍ରଶାସକ ଓ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.