Latest Odisha News

BREAKING NEWS

ଗଦ୍ଦର:ଏକ ପ୍ରେମ କଥାର ସିକ୍ୱେଲ ଖୁବ୍ ଶୀଘ୍ର

ମୁମ୍ବାଇ: ସନୀ ଦେଓଲ, ଅମୀଷା ପଟେଲ ଅଭିନୀତ ସୁପର ହିଟ ଫିଲ୍ମ ଗଦ୍ଦର:ଏକ ପ୍ରେମ କଥାର ସିକ୍ୱେଲ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଭାରତ-ପାକିସ୍ତାନ ବିଭାଜନ ଏବଂ ଅଶାନ୍ତିକର ପରିସ୍ଥିତି ବେଳେ ସନୀ ଏବଂ ଅମୀଷା ପ୍ରେମ କାହାଣୀ ଏହାର ମୂଖ୍ୟ କାହାଣୀ ଥିଲା । ତେବେ ସନୀଙ୍କ ଆକ୍ସନ ଏବଂ ଡାଇଲଗ ଫିଲ୍ମକୁ ସୁପରହିଟ କରାଇଥିଲା ।

ରିପୋର୍ଟ ମୁତାବକ ସନୀ ଏବଂ ଅମୀଷା ସିକ୍ୱେଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ । ତେବେ ଫିଲ୍ମରେ ଜିତା (ସନୀ ଏବଂ ଅମୀଷାଙ୍କ ପୁଅ) ବଡ ହୋଇଯାଇଛି ଏବଂ ସେ ଫିଲ୍ମରେ ହୀରୋ ଭୂମିକା କରିବେ । ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ପୁଅ ଉତ୍କର୍ଷ ଏହି ଭୂମିକାରେ ଅବତୀର୍ଣ୍ଣ ହେବେ । ନିର୍ଦ୍ଦେଶକଙ୍କ ମତରେ ଏବେ ଫିଲ୍ମର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଚୂଡାନ୍ତ ହେଲା ପରେ ସମସ୍ତଙ୍କୁ ଜଣାଇ ଦିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.