Latest Odisha News

BREAKING NEWS

ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ସମସ୍ୟାକୁ ନେଇ ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର : ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ସମସ୍ୟା ସମାଧାନ ହେବା ନେଇ ଆସନାକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ବସିବ। ଆସନ୍ତାକାଲି ବୈଠକରେ ରେରା ସମ୍ବନ୍ଧୀୟ ବିଷୟଗୁଡିକର ସମୀକ୍ଷା ହେବ।

ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ, ଓରେରା ଅଧ୍ୟକ୍ଷ, ଜଙ୍ଗଲ ଓ ପରିବେଶ ଓ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ବିଡିଏ ଉପାଧ୍ୟକ୍ଷ, ବିଏମସି କମିଶନର, ଓଡ଼ିଶା ଷ୍ଟେଟ୍ ହାଉସିଂ ବୋର୍ଡର ଏମଡି, ଟାଉନ ପ୍ଲାନିଂ ନିର୍ଦ୍ଦେଶକ, ୱାଟକୋ ଏମଡି ଓ PHEOର ମୁଖ୍ୟ ଯନ୍ତ୍ରୀଙ୍କୁ ପତ୍ର ଲେଖାଯାଇଛି।

ସେମାନଙ୍କୁ ଚର୍ଚ୍ଚା ପାଇଁ ଆବଶ୍ୟକ ତଥ୍ୟ ଧରି ଆସିବାକୁ କୁହାଯାଇଛି। ବୈଠକରେ ରେରା ସମ୍ବନ୍ଧୀୟ ବିଷୟଗୁଡିକର ସମୀକ୍ଷା ହେବ। ଏହାସହ ଫ୍ଲାଟ ପଞ୍ଜୀକରଣ ସମସ୍ୟା, ହାଉସିଂ କଲୋନୀଗୁଡ଼ିକ ଭିତରେ ଥିବା ଜଙ୍ଗଲ ଜମି ସ୍ଥିତି, ଜବରଦଖଲରେ ଥିବା ରାସ୍ତାଘାଟ, ଆପ୍ରୋଚ୍ ରୋଡ୍ ପାଇଁ ଘରୋଇ ଜମି ପାଇବା ଏବଂ ସରକାରୀ ଜମିର ବ୍ୟବହାର ଉପରେ ଆଲୋଚନା ହେବ।

Comments are closed.