Latest Odisha News

BREAKING NEWS

କ୍ଷୟକ୍ଷତି ଆକଳନ କରି ଦିଲ୍ଲୀ ଫେରିଗଲା କେନ୍ଦ୍ରୀୟ ଟିମ୍, କେନ୍ଦ୍ର ସରକାରଙ୍କୁ ଦେବ ରିପୋର୍ଟ

ଭୁବନେଶ୍ବର : ବାତ୍ୟା ଜୱାଦ ପ୍ରଭାବରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲା କେନ୍ଦ୍ରୀୟ ଟିମ୍ । ଗ୍ରାଉଣ୍ଡରେ ସରଜମିନ୍ ଅନୁଧ୍ୟାନ ପରେ ମୁଖ୍ୟ ଶାସନ ସଚିବ, ଏସଆରସି, କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛି କେନ୍ଦ୍ରୀୟ ଟିମ୍ । ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ଦିଲ୍ଲୀ ଫେରିଯାଇଛି କେନ୍ଦ୍ରୀୟ ଟିମ୍ । ବାତ୍ୟା ଜନିତ ଲଗାଣ ବର୍ଷାରେ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଛି । ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ରୀୟ ଟିମ୍ ।

ବର୍ଷାରେ ଅର୍ଥକରୀ ଫସଲ ଯଥା ଚିନା ବାଦାମ, ପନିପରିବା ପଚି ଯାଇଛି । ଚାଷୀମାନଙ୍କୁ କିପରି ସହାୟତା ମିଳିବ, ସେନେଇ କେନ୍ଦ୍ର ସରକାରଙ୍କୁ ସୁପାରସ କରାଯିବ । ଏହା ସହିତ ଦୁର୍ବିପାକ ସମୟରେ ଫସଲ ନଷ୍ଟ ରୋକିବାକୁ ଦୀର୍ଘ ମିଆଦୀ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଜମିରୁ ଜଳ ନିଷ୍କାସନ ଯେପରି ସୁବିଧାରେ ହୋଇପାରିବ, ସେଥିଲାଗି କ୍ଷେତ୍ର ସ୍ତରରେ ପଦକ୍ଷେପ ନିଆଯିବ । ଆବଶ୍ୟକ ସ୍ଥଳେ ରିଲିଫ କୋଡ ସଂଶୋଧନ ପାଇଁ ପଦକ୍ଷେପ ନିଆଯାଇପାରେ । କ୍ଷୟକ୍ଷତି ଆକଳନ କରି ସପ୍ତାହକ ମଧ୍ୟରେ ସ୍ବରାଷ୍ଟ୍ର ବିଭାଗକୁ ରିପୋର୍ଟ ପ୍ରଦାନ କରିବ କେନ୍ଦ୍ରୀୟ ଟିମ୍ ।

ବାତ୍ୟା ଜଓ୍ବାଦ ଜନିତ ଲଗାଣ ବର୍ଷା ଯୋଗୁଁ ୬ଟି ଜିଲ୍ଲା, ପୁରୀ, ଗଞ୍ଜାମ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ାରେ ଚାଷୀମାନଙ୍କର କ୍ଷତି ହୋଇଛି । କେନ୍ଦ୍ରୀୟ ଟିମ୍ ୩ ଭାଗରେ ବିଭକ୍ତ ହୋଇ କ୍ଷତିଗ୍ରସ୍ତ ଜିଲ୍ଲାରେ ସ୍ଥିତି ପରଖିଥିଲେ ।

Leave A Reply

Your email address will not be published.