Latest Odisha News

BREAKING NEWS

ମସ୍କୋର ଏକ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ: ୮ ଗୁରୁତର ଆହତ

ମସ୍କୋ: ମସ୍କୋଠାରୁ ୧୦୦ କିଲୋମିଟର ଦୂରରେ ଥିବା ଅର୍ଥଡକ୍ସ ସ୍କୁଲ ଅଫ ବେଡେନେସ୍କି ମେଂଟେସରୀରେ ଜଣେ ଛାତ୍ର ନିଜ ଦେହରେ ବୋମା ବାନ୍ଧି ବିସ୍ଫୋରଣ କରାଇଛି । ଏଥିରେ ଛାତ୍ରଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ତଦନ୍ତରେ ଛାତ୍ର ଜଣଙ୍କର ଆଉ କେତେଜଣ ସହପାଠୀଙ୍କ ସହ ଅଶାନ୍ତି ଲାଗି ରହିଥିଲା । ସ୍କୁଲ ଗେଟ ନିକଟରେ ବୋମା ବିସ୍ଫୋରଣ ହୋଇଯିବାରୁ କମ ଛାତ୍ର ଆହତ ହୋଇଥିଲେ ।

ମୃତ୍ୟୁବରଣ କରିଥିବା ଛାତ୍ରଜଣଙ୍କ ରାଇଫଲ ଶୁଟିଂର ଶୌକୀନ ଥିଲା । ଶିକ୍ଷକ ଏବଂ ଅନ୍ୟ ଛାତ୍ରମାନେ ତାଙ୍କୁ ଏତେଟା ପସନ୍ଦ କରୁ ନ ଥିଲେ । ଏହା ଏକ କାରଣ ହୋଇପାରେ ବୋଲି ପୋଲିସ ଅନୁମାନ କରୁଛି ।

Leave A Reply

Your email address will not be published.