Latest Odisha News

BREAKING NEWS

ନୂଆବର୍ଷ ପୂର୍ବରୁ ଅଟଳ ଟନେଲରେ ପର୍ଯ୍ୟଟଙ୍କ ଭିଡ

ମନାଲି: ମନାଲି ହିମାଚଳ ପ୍ରଦେଶ ଲାହଲ ଏବଂ ସ୍ପିଟ ଜିଲ୍ଲାରେ ତୁଷାରପାତ ଆରମ୍ଭ ହୋଇଯାଇଥିବାରୁ ଏ ସବୁ ସ୍ଥାନରେ ପର୍ଯ୍ୟଟଙ୍କ ଭିଡ ବିଢିବାରେ ଲାଗିଛି । ନୂଆ ବର୍ଷ ଆରମ୍ଭ ନହେଉଣୁ ଏହି ତୁଷାରପାତ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଭିଡ ଏତେ ମାତ୍ରାରେ ଜମିଥିଲା ଯେ ଅଟଳ ଟନେଲ ପର୍ଯ୍ୟଟକଙ୍କ ଗାଡିରେ ଲମ୍ବା ଲାଇନ ଲାଗିଥିଲା ।

ଆଗାମୀ ଦିନରେ ଲାହୁଲ ଓ ସ୍ପୀତି, କିନ୍ନୌର ଏବଂ କୁଲ୍ଲୁ ଜିଲାରେ ତାପମାତ୍ରା ଆହୁରି ହ୍ରାସପାଇବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ହିମାଚଳ ପ୍ରଦେଶ ସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ ମୁଖ୍ୟ କହିଛନ୍ତି ଯେ ଏହିସବୁ ସ୍ଥାନରେ ତାପମାତ୍ରା ବିଯୁକ୍ତ ୩ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ପହଞ୍ଚିପାରେ । ଏହା ଆହୁରି ହ୍ରାସପାଇବ । ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ପବନ ଯୋଗୁଁ ତାପମାତ୍ରା ହ୍ରାସପାଇବା ସହିତ ଥଣ୍ଡାପାଗ ଲାଗି ରହିବ ।

୯.୦୨ କିଲୋମିଟର ଦୀର୍ଘ ଅଟଳ ଟନେଲ ବିଶ୍ୱର ଦୀର୍ଘତମ ଟନେଲ ଏବଂ ଏହା ମନାଲି ସହିତ ଲାହୁଲ-ସ୍ପିତି ଉପତ୍ୟକାକୁ ବର୍ଷତମାମ ସଂଯୋଗ କରୁଛି । ଏହି ଟନେଲ ନିର୍ମାଣ ହେବା ପୂର୍ବରୁ ଲାହୁଲ-ସ୍ପିତି ଉପତ୍ୟକା ବରଫ ପାତ କାରଣରୁ ବର୍ଷର ଛଅମାସ ବିଚ୍ଛିନ୍ନ ହୋଇ ରହୁଥିଲା । ଏହି ଟନେଲ ନିର୍ମାଣ ହେବାପରେ ମନାଲି ଓ ଲେହ ମଧ୍ୟରେ ଦୂରତା ୪୬ କିଲୋମିଟର ଏବଂ ଯାତାୟତ ସମୟ ପ୍ରାୟ ୪ରୁ ୫ ଘଣ୍ଟା ହ୍ରାସ ପାଇଛି ।ଫଳରେ ଏବେ ପର୍ଯ୍ୟଟକଙ୍କ ଭିଡ ଜମିଛି ।

Leave A Reply

Your email address will not be published.