Latest Odisha News

BREAKING NEWS

ନିୟମ ବାହାରେ ଔଷଧ ସେବନ, ୨ଟି ମ୍ୟାଚ୍‌ରୁ ବାହାରିଲେ ସିମର ସ୍କଟ୍

ଅଷ୍ଟ୍ରେଲିଆ: ବାଂଲାଦେଶ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଷ୍ର୍ଟ୍ରେଲିଆକୁ ଶକ୍ତ ଧକ୍କା, ଦୁଇଟି ମ୍ୟାଚ୍‌ରୁ ବାଦ୍ ପଡିଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମ୍‌ର ଫାଷ୍ଟ ବୋଲର ମେଗନ ସ୍କଟ୍ । କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ତାଙ୍କୁ ୨ଟି ମ୍ୟାଚ୍ ନଖେଳିବାକୁ ନୋଟିସ୍ ଜାରି ହୋଇଛି । ମ୍ୟାଚ୍ ବାହାରେ ଡାକ୍ତରଙ୍କ ପରାମର୍ଶରେ ମକ୍ଟଳରଥିବା ଔଷଧର ଅନୁଚ୍ଚିତ ବ୍ୟବହାର ପାଇଁ ଏହି ଦଣ୍ଡ ପାଇଛନ୍ତି ସ୍କଟ୍ । ଔଷଧ ବ୍ୟବହାର ସମ୍ବନ୍ଧିୟ କଠୋର ନିୟମାବଳୀ ପାଳନ କରିଛି ସିଏ । ବାଂଲାଦେଶ ବିପକ୍ଷ ସିରିଜ୍ ଅଷ୍ଟ୍ରେଲିଆ ଦଳର ଅଫ୍‌-ପିରିୟଡ ସମୟରେ ଘଟିଥିବା ଏକ ଘଟଣାର ଦଣ୍ଡ ଗ୍ରହଣ କରିବା ପରେ ୩୩ ବର୍ଷୀୟ ସ୍କଟଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ଏବଂ ଆଡିଲେଡ ୍‌ଷ୍ଟ୍ରାଇକର୍ସ ପାଇଁ ଡବ୍ଲୁବିବିଏଲର ଉଦଘାଟନୀ ଖେଳ ପାଇଁ ନିଲମ୍ବିତ ତକରାଯାଇଛି । ଏନେଇ ଗୁରୁବାର ସିଏ ପକ୍ଷରୁ ଏକ ବିବୃତି ଜାରି ହୋଇଛି । ମ୍ୟାଚ୍ ବାହାରେ ଘଟିଥିବା ଘଟଣା ସହ ଜଡିତ ଏବଂ ପ୍ରଦର୍ଶନ ବୃଦ୍ଧି ଉଦ୍ଦେଶ୍ୟ ନୁହେଁ ବୋଲି ସିଏ ପକ୍ଷରୁ କୁହାଯାଇଛି । ତଥାପି ୨ଟି ମ୍ୟାଚରୁ ବାଦ୍ କରିଛି ସିଏ ।

ଏହି ଦଣ୍ଡ ଗ୍ରହଣ କରିଥିବା କହିଛନ୍ତି ସ୍କଟ୍ । ମୋଠାରୁ ସିଏ ପକ୍ଷରୁ ଯେଉଁ ମାନଦଣ୍ଡ ଆଶା କରାଯାଉଥିଲା ତାହା ମୁଁ ପୂରଣ କରିନଥିବାରୁ କ୍ଷମାପ୍ରାର୍ଥୀ ବୋଲି କହିଛନ୍ତି ସ୍କଟ୍ । ଯଦିଓ ଖେଳ ବାହାରେ ସ୍ପୋର୍ଟ ସାଇନ୍ସ ଓ ମେଡିସିନ୍ ନିୟମ ଉଲ୍ଲଂଘନ କରଛି ତଥାପି ମୁଁ ଦୋଷୀ ବୋଲି ମାନିନେଇଛନ୍ତି । ବ୍ୟକ୍ତିଗତ ଔଷଧ ବ୍ୟବହାର କରି ଏପରି ଦଣ୍ଡ ପାଇଛନ୍ତି ସ୍କଟ୍ । ମ୍ୟାଚ୍ ସମୟରେ ନୁହେଁ ବରଂ ଅନ୍ୟ ସମୟରେ ସେ ମେଡିସିନ୍ ଖାଇଥିଲେ । ସ୍କଟ୍ ୪ଟି ମ୍ୟାଚ୍ ଖେଳିଥିଲେ । ଡବ୍ଲୁଏନସିଏଲ ମ୍ୟାଚରେ ୪୯ରନ୍ ଦେଇ ୨ଟି ୱିକେଟ୍ ନେଇଛନ୍ତିା ବାଂଲାଦେଶ ବିପକ୍ଷ ତିନୋଟି ଦିନିକିଆରେ ୧୯ ରନ୍ ଦେଇ ୨ଟି ୩୬ରନ୍ ଦେଇ ୪ଟି ଓ ୧୬ ରନ୍ ଦେଇ ୪ଟି ୱିକେଟ୍ ଦେଇଛନ୍ତି । ରବିବାର ଓ ମଙ୍ଗଳବାର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ଗୁଡିକ ପାଇଁ ସ୍କଟ୍ ଉପଲବ୍ଧ ଥିଲେ ମଧ୍ୟ ତାଙ୍କୁ ମ୍ୟାଚ୍‌ରୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି । ଆସନ୍ତା ଅକ୍ଟୋବର ୩୧ ଶନିବାର ମେଲବର୍ଣ୍ଣ ଷ୍ଟାର୍ସ ବିପକ୍ଷ ତୃତୀୟ ଟି-୨୦ ଖେଳିବେ ସ୍କଟ୍ ।

 

Leave A Reply

Your email address will not be published.