Latest Odisha News

ମେହନ୍ଦୀପୁରର ବାଲାଜୀ ମନ୍ଦିର: ଦୁର୍ବଳ ହୃଦୟଙ୍କ ପାଇଁ ଏଠାକୁ ଆସିବା ମନା

ଜୟପୁର: ରାଜସ୍ଥାନର ମେହେନ୍ଦୀପୁର ବାଲାଜୀ ମନ୍ଦିର ଏକ ବଡ ତନ୍ତ୍ର ପୀଠ କହିଲେ ଭୁଲ ହେବ ନାହିଁ । ଭୂତ, ପ୍ରେତଙ୍କ କବଳରୁ ନିଜକୁ ଛଡାଇବା ପାଇଁ ଦେଶର କୋଣ ଓ ଅନୁକୋଣରୁ ଲୋକମାନେ ଏଠାକୁୁ ଆସିଥାନ୍ତ । ପ୍ରାୟ ସମୟରେ ମନ୍ଦିରର ପରିବେଶ ଏତେ ଭୟଙ୍କର ହୋଇଥାଏ ଯେ ଦୁର୍ବଳ ହୃଦୟ ଥିବା ବ୍ୟକ୍ତିଙ୍କୁ ଏଠାକୁ ଆସିବା ମନା ।

ଭୂତ ଛଡାଇବା ପାଇଁ କାହାକୁ ଛାତ ଉପରେ ଟଙ୍ଗା ଯାଇଥାଏ ଏବଂ ଆଉ କାହାକୁ ଗରମ ପାଣିରେ ସ୍ନାନ କରାଯାଏ । କାହାକୁ ଶୃଙ୍ଖଳରେ ବାନ୍ଧି ଯନ୍ତ୍ରଣା ଦିଆଯାଏ । ପୀଡିତଙ୍କ ଯନ୍ତ୍ରଣା ପ୍ରତି କାହାର ନିଘା ନ ଥାଏ । ତାନ୍ତ୍ରିକଙ୍କ ଏହି କାର୍ଯ୍ୟ କଳାପ ମନରେ ଭୟ ସୃଷ୍ଟି କରାଇଥାଏ । ତେବେ ସେମାନଙ୍କ କାର୍ଯ୍ୟ କଳାପକୁ ଭକ୍ତମାନେ ଆଖି ବୁଜି ବିଶ୍ୱାସ କରି ନେଇଥାନ୍ତି । ଏଠାକୁ ତନ୍ତ୍ର ସାଧନା ପାଇଁ ବିଭିନ୍ନ ସ୍ଥାନରେ ତାନ୍ତ୍ରିକମାନେ ଆସିଥାନ୍ତି ।

Leave A Reply

Your email address will not be published.