Latest Odisha News

BREAKING NEWS

କାନପୁରର ଜଗନ୍ନାଥ ମନ୍ଦିରରୁ ବର୍ଷା କେତେ ହେବ ଆଗୁଆ ଜଣା ପଡିଥାଏ !

କାନପୁର: କାନପୁରର ବେହଟା ଗ୍ରାମରେ ମହାପ୍ରଭୁ ଜଗନ୍ନାଥଙ୍କ ଏକ ମନ୍ଦିର ରହିଛି । ଭଗବାନ ବଳଭଦ୍ର ଏବଂ ମାଆ ସୁଭଦ୍ରା ମଧ୍ୟ ଏଠାରେ ପୂଜା ପାଇଥାନ୍ତି । ଏହି ମନ୍ଦିରରେ ପ୍ରତ୍ୟେକ ବର୍ଷ କେତେ ବର୍ଷା ହେବ ତାହା ଆଗୁଆ ଜଣା ପଡିଥାଏ । ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁସାରେ ୫ ହଜାର ବର୍ଷ ତଳର ଏହି ମନ୍ଦିରର ଛାତରୁ ପଡୁଥିବା ପାଣିରୁ ବର୍ଷା କେତେ ହେବ ଅନୁମାନ କରାଯାଇଥାଏ ।

ବର୍ଷା ପୂର୍ବରୁ ହଠାତ ଛାତରୁ ପାଣି ପଡିଥାଏ । ଯଦି ଏହାର ମାତ୍ରା ଅଧିକ ଥାଏ ତାହାହେଲେ ପ୍ରବଳ ବର୍ଷ ଏବଂ କମ୍ ଥିଲେ ମୌସୁମୀ ବିଳମ୍ବରେ ଆସିବ ଏବଂ ଅଳ୍ପ ବର୍ଷା ହେବ । ଅନେକ ବୈଜ୍ଞାନିକ ଏବଂ ଜଳାବାୟୁ ବିଶେଷଜ୍ଞ ଏହାର ପରୀକ୍ଷା କରିଥିଲେ ମଧ୍ୟ କାରଣ ଜାଣି ପାରି ନାହାନ୍ତି । କେଉଁଠାରୁ ଏହି ପାଣି ଆସୁଛି ତାହା ଏବେ ବି ରହସ୍ୟ ହୋଇ ରହିଛି ।

Leave A Reply

Your email address will not be published.