ଭୁବନେଶ୍ୱର: ଦେଶରେ ବିଭିନ୍ନ ଧାର୍ମିକ ସ୍ଥଳ ରହିଛି । ଆଉ ସେହି ସ୍ଥାନ ଗୁଡିକରେ କିଛି ନା କିଛି ରହିଛି ମାହାତ୍ମ୍ୟ । ମନରେ ବିଶ୍ୱାସ ଅଛି ଯେ ପବିତ୍ର ଧାର୍ମିକ ସ୍ଥଳୀ ଗୁଡିକରେ ମନରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯାଏ । ଆଉ କିଛି ଏମିତି ମନ୍ଦିର ରହିଛି ଯେଉଁଠି ଚାରିପଟେ ରହିଛି ଅନେକ ରହସ୍ୟ। ମନ୍ଦିର ଭିତରେ ରହିଛି ଅନେକ କଥା । ମନ୍ଦିର ଦ୍ୱାର ଦେଶରେ ପାଦ ଦେବାଠୁ ନେଇ ମନ୍ଦିର ଭିତରେ ଗୋଟିଏ ପରେ ଗୋଟିଏ ରହସ୍ୟର ସାମନା କରିବାକୁ ପଡେ।
ଏସବୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୁର୍ଣ୍ଣ ସତ। ଏ ହେଉଛି ରାଜସ୍ଥାନର ଦଉସା ଜିଲ୍ଲାରେ ଥିବା ମେହନ୍ଦିପୁର ବାଲାଜୀ ମନ୍ଦିର। ଏହି ମନ୍ଦିରରେ ରହିଛି ଏକ ଅଲୌକିକ ଶକ୍ତି। ଯେଉଁଠି ଲୋକଙ୍କର ରହିଛି ଶ୍ରଦ୍ଧା ଓ ବିଶ୍ୱାସ। ଲୋକଙ୍କର ବିଶ୍ୱସ ରହିଛି ଏହି ସ୍ଥାନକୁ ଯିଏ ବି ଆସିଛି ତାକୁ ଏକ ନୂଆ ଜୀବନ ପ୍ରାପ୍ତି ହୋଇଛି। ଲକ୍ଷାଧକି ଲୋକଙ୍କର ସେହି ଗୋଟିଏ କଥା।
ପ୍ରେତ ବାଧା ହେଉ କି କୌଣସି ସାଂଘାତିକ ରୋଗ ହେଉ ସବୁକିଛିର ସମାଧାନ ଏହି ବାଲାଜୀଙ୍କ ଧାମରେ ସମ୍ଭବ। ପାହାଡି ଘାଟିରେ ଥିବା ଏହି ମନ୍ଦିରରେ ଆସନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଏହି ମନ୍ଦିରରେ ଭୈରବନାଥଙ୍କ ମନ୍ଦିର। ଯେଉଁଠି ପ୍ରସାଦ ପାଇବା ମାତ୍ରେ ସବୁକିଛି ପରିବର୍ତ୍ତନ ହୋଇଯାଏ। ଭୂତ ପ୍ରେତ ଯୋଗୁ ପୀଡିତ ଥିବା ଲୋକେ ଏଠାକୁ ଆସିଥାନ୍ତି ଆଉ ସେଠାରୁ ସୁସ୍ଥ ହୋଇ ଫେରନ୍ତି
ସବୁଠୁ ବଡ଼ କଥା ଆଉ ବଡ଼ ନିୟମ ହେଉଛି। ନକରାତ୍ମକ ଉଜର୍୍ା ରହିଥିବା ବିଶ୍ୱାସ। ମନ୍ଦିରରେ କେହି କାହାକୁ ସ୍ପର୍ଶ କରନ୍ତି ନାହିଁ। ବାହାରିବା ମାତ୍ରେ ଏକ ମୁହାଁ ହୋଇ ଯିବାକୁ ପଡିଥାଏ। ଖାଲି ସେତିକି ନୁହେଁ ଏଠାରେ ମିଳିଥିବା ପ୍ରସାଦ କି କିଛି ଜିନିଷ ବାରଣ ହୋଇଛି। ଏମିତିକି ବାଲାଜୀଙ୍କ ପ୍ରସାଦ ନିଜେ ଗ୍ରହଣ କରିବାକୁ ପଡିଥାଏ କାହାକୁ ନଦେଇ। ମୁଖ୍ୟ ମନ୍ଦିର ବ୍ୟତୀତ ଅନ୍ୟ କେଉଁଠାରୁ ପ୍ରସାଦ କି କିଛି ଅନ୍ୟ ଖାଦ୍ୟ ଜିନିଷ ଗ୍ରହଣ କରିବାକୁ ବାରଣ କରାଯାଇଛି।
ଏହି ସବୁ ନିୟମ ନମାନିଲେ ବହୁତ କିଛି ନକରାତ୍ମକ ଶକ୍ତି ନିଜ ଶରୀରରେ ପ୍ରବେଶ କରିବା ସହିତ ଅନେକ କ୍ଷୟକ୍ଷତିର ସାମନା କରିବାକୁ ପଡ଼ିଥାଏ । ପ୍ରତିଦନି ବାଲାଜୀଙ୍କ ମନ୍ଦିରରେ ଏହି ସବୁ ଚମତ୍କାର ଆଉ ଅବିଶ୍ୱସନୀୟ ଘଟଣା ଘଟୁଛି। ଲୋକେ ସତର୍କ ରହିବା ସହିତ ସମସ୍ତ ଶ୍ରେୟ ବାଲାଜୀଙ୍କୁ ଦିଅନ୍ତି। ହେଲେ ଏଠାରେ ଘଟୁଥିବା ସମସ୍ତ ଘଟଣା ଚମତ୍କାର ନେଇ କଣ ସତ୍ୟତା ରହିଛି ତା ରହସ୍ୟ କିନ୍ତୁ କାହା ପାଖରେ ନାହିଁ।
Comments are closed.