Latest Odisha News

BREAKING NEWS

ଇଡି ଆଗରେ ହାଜର ହେଲେ ମେହବୁବା ମୁଫତି

ଶ୍ରୀନଗର: ଅର୍ଥ ହେରଫେର ମାମଲାରେ ପିଡିପି ସଭାପତି ମେହବୁବା ମୁଫତି ଗୁରୁବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି।

ଏହି ମାମଲାରେ ପଚରାଉଚୁରାର ସମ୍ମୁଖୀନ ହେବା ପାଇଁ ମୁଫତି ସକାଳ ୧୧ ଟାରେ ରାଜବାଗରେ ଥିବା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ତାଙ୍କୁ ଦିଲ୍ଲୀ ପରିବର୍ତ୍ତେ ଶ୍ରୀନଗରରେ ପଚରାଉଚରା କରାଯିବାକୁ ଇଡି ଅଧିକାରୀଙ୍କ ଅନୁରୋଧ ଗ୍ରହଣ କରାଯାଇଥିଲା।

ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଛଡ଼ାଯିବା ପରେ ଏକ ବର୍ଷରୁ ଅଧିକ ସମୟ ଧରି ବନ୍ଦୀ ହେବା ପରେ ଗତ ବର୍ଷ ମୁକ୍ତ ହୋଇଥିବା ୬୧ ବର୍ଷୀୟ ମେହବୁବାଙ୍କୁ ଜାତୀୟ ରାଜଧାନୀର ଇଡି ମୁଖ୍ୟାଳୟରେ ହାଜର ହେବାକୁ ନୋଟିସ୍ ଦିଆଯାଇଥିଲା।

Comments are closed.