Latest Odisha News

BREAKING NEWS

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଅଭିଭାବକଙ୍କ ଧାରଣା: ଘରୋଇ ସ୍କୁଲ ଫି ବିବାଦରେ ହସ୍ତକ୍ଷେପ ଦାବି

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଆଗରେ ଅଭିଭାବକଙ୍କ ଧାରଣା । ଘରୋଇ ସ୍କୁଲରେ ନିଜ ପିଲାଙ୍କୁ ପାଠ ପଢ଼ାଉଥିବା ଅଭିଭାବକମାନେ ଏହି ଧାରଣା ଦେଇଛନ୍ତି । ଘଣ୍ଟ ହୁଳାହୁଳି ପକାଇ ଗଙ୍ଗୋତ୍ରୀନଗର ସ୍ଥିତ ବାସଭବନ ଘେରିଲେ ।

ସେମାନେ ଅଭିଯୋଗ କରିଛନ୍ତି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରାୟ ୯ ମାସ ହେବ ବନ୍ଦ ଅଛି ସ୍କୁଲ, କଲେଜ । ସ୍କୁଲ ଖୋଲିବା ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ମନ୍ତ୍ରୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କଥା କହୁଥିବା ସେମାନେ ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ବେସରକାରୀ ସ୍କୁଲରେ ବର୍ଦ୍ଧିତ ଫି ଆଦାୟ ପ୍ରତିବାଦରେ ଘେରାଉ କରଛନ୍ତି ଅଭିଭାବକ ।

Leave A Reply

Your email address will not be published.