Latest Odisha News

BREAKING NEWS

ବିଶ୍ୱକପ ୨୦୨୩ର ସ୍ମରଣୀୟ ମୂହର୍ତ: କୋହଲିଙ୍କ ୫୦ ଶତକରୁ ଆରମ୍ଭ କରି ମାର୍କରାମ ବିସ୍ଫୋରକ ବ୍ୟାଟିଂ

ଅହମ୍ମଦାବାଦ: ଦିନିକିଅ ବିଶ୍ୱକପ କ୍ରିକେଟ ୨୦୨୩ ଶେଷ ହୋଇଯାଇଛି । ବିରାଟ କୋହଲିଙ୍କ ଶତକର ଅର୍ଦ୍ଧଶତକଠାରୁ ଆରମ୍ଭ କରି ଟାଇମ ଆଉଟ ବିବାଦ ପରି ଅନେକ ସ୍ମରଣୀୟ ମୂହର୍ତ ଲିପିବଦ୍ଧ ହୋଇ ରହିଯାଇଛି । ଆସନ୍ତୁ ନଜର ପକାଇବା ଏହି ସ୍ମରଣୀୟ ମୂହର୍ତ ଉପରେ.. ।
କୋହଲିଙ୍କ ଶତକରେ ଅର୍ଦ୍ଧଶତକ: ଭାରତର ବିରାଟ କୋହଲି ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ ୫୦ ଶତକ ହାସଲ କରି ରେକର୍ଡ କରିଛନ୍ତି । ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ ରେକର୍ଡକୁ ଏହି ବିଶ୍ୱକପରେ ଭଙ୍ଗ କରିଥିଲେ ।

ହେଡଙ୍କ ଶତକ: ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆର ଟ୍ରେଭିସ ହେଡ ଆକର୍ଷଣୀୟ ଶତକ ହାସଲ କରି ଭାରତ ହାତରୁ ଏକାକୀ ମ୍ୟାଚ ଛଡେଇ ନେଇଥିଲେ । ସେ ୧୨୦ ବଲରେ ୧୩୭ ରନ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ୱକପ ହାତେଇଥିଲା ।
ମାର୍କରାମ ଓ ମ୍ୟାକ୍ସୱେଲଙ୍କ ଦ୍ରୁତ ଶତକ: ଦକ୍ଷିଣ ଆଫ୍ରିକାର ଆଡେନ ମାର୍କରାମ ଶ୍ରୀଲଙ୍କା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ମାତ୍ର ୪୯ ବଲରେ ଶତକ ହାସଲ କରିଥିଲେ । ମାତ୍ର ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ନେଦରଲାଣ୍ଡ ବିପକ୍ଷରେ ୪୦ ବଲରେ ଶତକ ମାରି ତାଙ୍କୁ ଅତିକ୍ରମ କରିଥିଲେ ।ଆଫଗାନିସ୍ତାନ, ନେଦରଲାଣ୍ଡର ଚମତ୍କାର ପ୍ରଦର୍ଶନ: ଏହି ବିଶ୍ୱକପରେ ଦୁର୍ବଳ ଟିମ ଭାବେ ବିବେଚନା କରାଯାଉଥିବା ନେଦରଲାଣ୍ଡ ଓ ଆଫଗାନିସ୍ତାନ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ଆଫଗାନିସ୍ତାନ ଏହି ଟୁର୍ଣ୍ଣାମେଂଟରେ ପାକିସ୍ତାନ, ଇଂଲଣ୍ଡ ଓ ଶ୍ରୀଲଙ୍କା ଟିମକୁ ହରାଇଥିବା ବେଳେ ନେଦରଲାଣ୍ଡ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ।

ମ୍ୟାକ୍ସୱେଲଙ୍କ ଦ୍ୱିଶତକ: ୨୦୨୩ ବିଶ୍ୱକପରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଆଫଗାନିସ୍ତାନ ବିପକ୍ଷ ଦ୍ୱିଶତକ ସ୍ୱଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଗଲା । ତାଙ୍କ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିପାରିଥିଲା । ସେ ୧୨୮ ବଲରେ ୨୦୧ ରନ କରିଥିଲେ ।
ଟାଇମ ଆଉଟ ବିବାଦ: ବାଂଲାଦେଶ ବିପକ୍ଷ ମୁକାବିଲାରେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସଙ୍କ ଟାଇମ ଆଉଟ ବିବାଦ ଚର୍ଚ୍ଚିତ ଘଟଣା ରହିଥିଲା । ଆନ୍ତର୍ଜାତୀୟ କ୍ରିକେଟର ୧୪୬ ବର୍ଷରେ ସେ ପ୍ରଥମ ଖେଳାଳି ଭାବେ ଏ ଭଳି ଭାବେ ଆଉଟ ହୋଇଥିଲେ ।

ସାମୀ ସୁନାମି: ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଭାରତର ମହମ୍ମଦ ସାମିଙ୍କ ଘାତକ ବୋଲିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ତାଙ୍କ ୫ ୱିକେଟ ସଫଳତା ବଳରେ ଭାରତ ୫୫ ରନରେ ଶ୍ରୀଲଙ୍କାକୁ ଅଲଆଉଟ କରି ଦେଇଥିଲା । ସେ ସମ୍ପୂର୍ଣ୍ଣ ବିଶ୍ୱକପରେ ଭଲ ପ୍ରଦର୍ଶନ କରି ୨୪ ୱିକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.