Latest Odisha News

BREAKING NEWS

ଏମିତି ଜଙ୍ଗଲ; ଯେଉଁଠି ପୁରୁଷ ପ୍ରବେଶ ମନା

ଇଣ୍ଡୋନେସିଆ: ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହାସହ ଅଜବ କାହଣୀ, ଘଟଣା, ଇତିହାସ, ପରମ୍ପରା ଯୋଡ଼ି ହୋଇ ରହିଛି। ଇଣ୍ଡୋନେସିଆର ଏମିତି ଏକ ଜଙ୍ଗଲ ଅଛି ଯେଉଁଠି ପୁରୁଷ ପ୍ରବେଶ ମନା। ଏ ଜଙ୍ଗଲକୁ କେବଳ ମହିଳାମାନେ ଯାଇପାରିବେ। ଏ ଜଙ୍ଗଲର ନାଁ ପପୁଆ। ଯଦି କୌଣସି ପୁରୁଷ ଏ ଅଞ୍ଚଳରେ ବୁଲୁଥିବାର ମିଳନ୍ତି ତେବେ ଜରିମାନା ଦେବାକୁ ପଡ଼ିବ।

ଏ ପରମ୍ପରା ବା ନିୟମ କେତେ ପୁରୁଣା ତାହା ଜଣାନାହିଁ। କିନ୍ତୁ ପିଢ଼ି ପରେ ପିଢ଼ି ସେହି ନିୟମ ବଳବତ୍ତର ରହିଛି। ମହିଳାମାନେ ସମୁଦ୍ର ତଟବର୍ତ୍ତୀ ଏ ହେନ୍ତାଳବନକୁ ଶାମୁକା ସଂଗ୍ରହ କରିବାକୁ ଯାଇଥାନ୍ତି। ଆଶ୍ଚର୍ଯ୍ୟର କଥା ଯେ, ମହିଳାମାନେ ଏ ଜଙ୍ଗଲରେ ଉଲଗ୍ନ ବିଚରଣ କରନ୍ତି। ଖୁବ ଗପ କରନ୍ତି। ଥଟ୍ଟା ମଜା କରିବା ସହ ଶାମୁକା ସଂଗ୍ରହ କରି ଫେରିଆସନ୍ତି। ଯଦି କୌଣସି ପୁରୁଷ ଏଠାରେ ଦେଖାମିଳିଲା ତେବେ ତାର  ବିଚାର ଆଦିବାସୀ କୋର୍ଟରେ ହିଁ ହୁଏ। ଅନୁପ୍ରବେଶକାରୀଙ୍କୁ ୭୦ ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିଥାଏ। ଯେତେବେଳେ ପାଣିକମ୍ ଥାଏ ମହିଳାମାନେ ଏକାଠି ହୋଇ ଜଙ୍ଗଲରେ ପ୍ରବେଶ କରନ୍ତି। ଏ ଜଙ୍ଗଲର ଆୟତନ ୮ ହେକ୍ଟର। ପୂର୍ବରୁ ଏହି ଜୁଆରିଆ ଜଙ୍ଗଲ ବେଶ ପରିସ୍କାର ଥିଲା। କିନ୍ତୁ ଧୀରେଧୀରେ ପାଖସହରରୁ ଆବର୍ଜନା ଏଠାକୁ ଭାସିଆସୁଥିବାରୁ ଏହା ପ୍ରଦୂଷିତ ହେବାରେ ଲାଗିଛି।

Leave A Reply

Your email address will not be published.