Latest Odisha News

BREAKING NEWS

କାଳିଆ ଯୋଜନାର ଭୂମିହୀନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କାଳିଆ ଯୋଜନା ହିତାଧିକାରୀଙ୍କୁ ମିଳିବ କୋଭିଡ୍ ସହାୟତା । ୧୮ ଲକ୍ଷ ଭୂମିହୀନ କୃଷକଙ୍କ ପରିବାରକୁ ୩୮୬ କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିବେ ସରକାର । ଆଜି ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ସାଢ଼େ ୫ଟାରେ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ ହେବ । ଏହାଦ୍ୱାରା ସିଧାସଳଖ ୧୮ଲକ୍ଷ ଭୂମିହୀନ କୃଷି ପରିବାର ଉପକୃତ ହେବ ।

ରାଜ୍ୟରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କର କାଳିଆ ଯୋଜନା । ଏହି ଯୋଜନାରେ କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ସରକାର । ଏବେ ମହାମାରୀ ସମୟରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । କାଳିଆ ଯୋଜନାରେ ଭୂମିହୀନ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ସହାୟତା ଘୋଷଣା କରିଥିଲେ ସରକାର । ପୂର୍ବରୁ ମେ ୧୪ ତାରିଖରେ କାଳିଆ ହିତାଧିକାରୀଙ୍କ କିସ୍ତି ଟଙ୍କା ମିଳିଥିଲା । ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା ମୋଟ୍ ୯୨୦ କୋଟି ଟଙ୍କା ।

Leave A Reply

Your email address will not be published.