Latest Odisha News

BREAKING NEWS

ରାଜ୍ୟରୁ କରୋନା ନେଲା ଆଉ ଜଣେ ଡାକ୍ତରଙ୍କ ଜୀବନ

ଫୁଲବାଣୀ: କରୋନା ଲଢ଼େଇରେ ହାରିଗଲେ ଆଉ ଜଣେ ସମ୍ମୁଖ ଯୋଦ୍ଧା । ରାଜ୍ୟରେ ଆଉ ଜଣେ ଡାକ୍ତର କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତକ ହେଉଛନ୍ତି ଡାକ୍ତର ସ୍ନେହାଶିଷ ଗିରି । ଗତକାଲି ରାତିରେ ସେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ମେଡିକାଲରେ ପ୍ରାଣ ହରାଇଛନ୍ତି ।

ସ୍ନେହାଶିଷ ଗିରି ଜଣେ ଆୟୁଷ ଡାକ୍ତର ଥିଲେ । ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ଅଧୀନରେ କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକର ଏକ ହସ୍ପିଟାଲରେ ସେ କାର୍ୟ୍ୟରତ ଥିଲେ । ନିକଟରେ କରୋନା ସଂକ୍ରମିତ ହୋଇଥିଲେ ସ୍ନେହାଶିଷ ।

ପଜିଟିଭ୍ ଚିହ୍ନଟ ପରେ ହୋମ୍ ଆଇସୋଲେସନରେ ଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ କଟକ ବଡ଼ ମେଡିକାଲର କୋଭିଡ୍ ଓ୍ୱାର୍ଡରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସବୁ ଦିନ ପାଇଁ ଆଖି ବୁଜିଲେ ସ୍ନେହାଶିଷ । ତାଙ୍କୁ ମିଶାଇ କରୋନା ଦ୍ୱିତୀୟ ଲହରରେ ରାଜ୍ୟରୁ ୩୩ ଜଣ ଡାକ୍ତରଙ୍କ ଜୀବନ ଗଲାଣି ।

Leave A Reply

Your email address will not be published.