Latest Odisha News

BREAKING NEWS

କାହିଁକି ଅଧିକ ଡେଙ୍ଗା ପୁରୁଷ ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବଡ଼ ବିଚିତ୍ର ଭଗବାନଙ୍କ ସୃଷ୍ଟି । ବେଳେ ବେଳେ ଛୋଟିଆ ଛୋଟିଆ ପ୍ରଶ୍ନର ଉତ୍ତରକୁ ନେଇ ଆମେ ଦ୍ୱନ୍ଦ୍ୱରେ ପଡ଼ିଯାଉ । ଯେମିତି ପୁରୁଷଙ୍କ ତୁଳନାରେ କେମିତି ମହିଳା ଅଲଗା । କାହିଁକି ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ଡେଙ୍ଗା ହୋଇଥାନ୍ତି ଏବଂ ଓଜନରେ ବି ଅଧିକ । ଏସବୁ ପଛରେ ରହିଛି ଅନେକ କାରଣ । ଆସନ୍ତୁ ଜାଣିବା ଏପରି ସାମଞ୍ଜସ୍ୟ ପଛର କାରଣ

ଆପଣ ଦେଖିଥିବେ ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ଲମ୍ବା ଏବଂ ଶକ୍ତିଶାଳୀ ହୋଇଥାନ୍ତି। ଏହା ପଛର କାରଣ ହେଉଛି ଜେନେଟିକ୍ ଏବଂ ହର୍ମୋନ୍‌ର ପ୍ରଭାବ। ଜେନେଟିକ୍ କାରଣରୁ ବଂଶାନୁକ୍ରମିକ ଭାବେ ପୁରୁଷ ଲମ୍ବା ହୋଇଥାନ୍ତି ଏବଂ ମହିଳାଙ୍କ ଉଚ୍ଚତା କମ୍ ହୋଇଥାଏ। ଡାର୍‌ଉଇନ୍‌ ସିଦ୍ଧାନ୍ତ ଅନୁସାରେ ମଣିଷ ନିଜ ଆବଶ୍ୟକତା ହିସାବରେ ନିଜକୁ ଢାଳିବାକୁ ଚେଷ୍ଟା କରେ। ପୂର୍ବରୁ ମଣିଷ ଶିକାର କରି ବଞ୍ଚୁଥିଲା। ଏଥିପାଇଁ ପୁରୁଷ ଅଧିକ ଶକ୍ତିଶାଳୀ ଏବଂ ଡେଙ୍ଗା ହେବା ଆବଶ୍ୟକ ଥିଲା। ତେଣୁ ମଣିଷ ପରିସ୍ଥିତି ସହ ନିଜକୁ ଖୁଆଇଥିଲା। ପରେ ଏହା ବଂଶାନୁକ୍ରମ ଭାବେ ଚାଲିଲା।

ସେହିପରି ହରମୋନ୍ ଯୋଗୁଁ ମଧ୍ୟ ମଣିଷ ଡେଙ୍ଗା କିମ୍ଵା ଗେଡ଼ା ହୋଇଥାଏ। ଶୈଶବ ଅବସ୍ଥାରେ ଉଭୟ ଏଷ୍ଟ୍ରଜେନ୍ ଏବଂ ଟେଷ୍ଟୋଷ୍ଟେରୋନ ହରମୋନ୍ ପୁରୁଷ ଏବଂ ସ୍ତ୍ରୀଙ୍କ ଠାରୁ ସମାନ ରୂପରେ ଡିସଚାର୍ଜ ହୁଏ। ହେଲେ କିଶୋରାବସ୍ଥାରେ ଏଥିରେ ପରିବର୍ତ୍ତନ ହୁଏ। କିଶୋରାବସ୍ଥାରେ ପୁରୁଷଙ୍କ ଠାରୁ ଟେଷ୍ଟୋଷ୍ଟେରୋନ ହରମୋନ୍ ଅଧିକ ନିର୍ଗତ ହୁଏ। ଏହାଦ୍ଵାରା ମାଂଶପେଶୀ ବିକଶିତ ହୁଏ। ଉଚ୍ଚତା ବଢେ। ସେହିଭଳି ସ୍ତ୍ରୀଙ୍କ ଠାରୁ ଏଷ୍ଟ୍ରୋଜେନ କମ୍ କ୍ଷରଣ ହୁଏ। ଯାହାଦ୍ଵାରା ଉଚ୍ଚତା ବଢିବାରେ ବାଧାପ୍ରାପ୍ତ ହୁଏ।

Comments are closed.