Latest Odisha News

କାଶ୍ମୀର ମୁସଲମାନଙ୍କ, ଆମେ ତାକୁ ନେଇଯିବୁ; ହାଫିଜ ସଇଦ ପୁଅ

ଲାହୋର: କାଶ୍ମୀର ମୁସଲମାନଙ୍କ, ଆମେ ତାକୁ ନେଇଯିବୁ।ପାକିସ୍ତାନର ଲାହୋରରେ ‘କାଶ୍ମୀର ଏକଜୁଟତା ଦିବସ’ ଅବସରରେ ହାଫିଜ୍ ସଇଦର ପୁଅ ତଲ୍ହା ‘କାଶ୍ମୀରକୁ ମୁକ୍ତ’ କରିବାକୁ ଶପଥ ନେଇଛନ୍ତି। ବୁଧବାର ଦିନ ହୋଇଥିବା ରାଲି ସମୟରେ ତଲ୍ହା ସଇଦ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା କହି ତାଙ୍କ ବାପାଙ୍କୁ ମୁକ୍ତି କରିବା ପାଇଁ ମଧ୍ଯ ଦାବି କରିଥିଲେ।

ଲସ୍କର-ଏ-ତୈୟବା ଏବଂ ଜମାତ-ଉଦ-ଦାୱାର ପ୍ରତିଷ୍ଠାତା ହାଫିଜ୍ ସଇଦ ୨୦୦୮ରେ ହୋଇଥିବା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ବର୍ତ୍ତମାନ ପାକିସ୍ତାନର ଜେଲରେ ବନ୍ଦୀ ରହିଛି।

ତଲ୍ହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇ କାଶ୍ମୀର ଛଡାଇ ନେବାକୁ କହିଛି। ସେ ଆହୁରି ମଧ୍ଯ କହିଛି ଯେ କାଶ୍ମୀର ଏକ ମୁସଲିମ ଦେଶ। ଲସ୍କର-ଏ-ତୈୟବାକୁ ବିଶ୍ୱ ସ୍ତରରେ ଆତଙ୍କବାଦୀ ସଂଗଠନ ଭାବରେ ମାନ୍ୟତା ଦିଆଯାଇଛି ଯାହାକି ସମ୍ପୂର୍ଣ୍ଣ ଭୁଲ ଓ ତାଙ୍କ ବାପାଙ୍କୁ ବଦନାମ କରିବାରେ ଭାରତର ହାତ ଅଛି। ପାକିସ୍ତାନ ସରକାର ଏହାର ନୀତି ସମୀକ୍ଷା କରି ହାଫିଜ୍ ସଇଦକୁ ଶୀଘ୍ର ଜେଲରୁ ମୁକ୍ତ କରିବାକୁ ସେ ଦାବି କରିଛି।

 

Comments are closed.