Latest Odisha News

BREAKING NEWS

ଗୁଣୁପୁରରେ ହକି ବିଶ୍ୱ କପକୁ ଭଵ୍ୟ ସ୍ୱାଗତ: ଆଦିବାସୀ, ଓଡ଼ିଶୀ ନୃତ୍ୟରେ ଦୁଲୁକିଲା ଷ୍ଟାଡିୟମ

ଗୁଣୁପୁର: ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ୨୦୨୩ କପ ରାଜ୍ୟବ୍ୟାପୀ ଜିଲ୍ଲା ଗୁଡିକରେ ବୁଲୁଛି । ଗତକାଲି ରାତି ପ୍ରାୟ ଆଠଟାରେ ଗୁଣୁପୁର ମିନି ଷ୍ଟାଡିୟମରେ ପହଞ୍ଚିଛି ପୁରୁଷ ହକି ବିଶ୍ୱ କପ୍ । ପାରଳାଖେମୁଣ୍ଡିରୁ ଗୁଣୁପୁରରେ ପହଂଚିବା ପରେ ଗୁଣୁପୁର ମିନିଷ୍ଟାଡିୟମରେ ଭବ୍ୟ ସ୍ୱାଗତ କରିଥିଲେ ଜିଲ୍ଲାପ୍ରଶାସନ ଓ ଲୋକେ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କଲେଜ କର୍ତ୍ତୃପକ୍ଷ ଓ ସ୍ଥାନୀୟ ବାସିନ୍ଦା ଉତ୍ସୁକତାର ସହ ଟ୍ରଫି ଅପେକ୍ଷାରେ ଥିଲେ । ଏନସିସି କ୍ୟାଡେଟ୍ ମଧ୍ୟ ପ୍ରସ୍ତୁତ ହୋଇଥିଲେ ।

ରାୟଗଡା ଜିଲ୍ଲାପାଳ ସାଧ୍ୱୀ ଦେବ ସିଂଙ୍କ ନିର୍ଦ୍ଦେଶକ୍ରମେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର,    ଗାନ୍ଧୀ ଯାନ୍ତ୍ରିକ ବିଶ୍ଵବିଦ୍ୟାଳୟର ସଚିବ ଡ଼କ୍ଟର ଚନ୍ଦ୍ରଧ୍ଵଜ ପଣ୍ଡା,  ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ଜନତା ଦଳ ସଭାପତି ସୁଧୀର ଦାସ, ତହସିଲଦାର ଶରତ ନାୟକ, ପ୍ରେସ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁ ପ୍ରମୁଖ ହକି ବିଶ୍ୱକପ୍ କୁ ଭଵ୍ୟ ସ୍ୱାଗତ କରିଥିଲେ ।

IRBN ର ଯବାନମାନେ ନିଜର ବ୍ୟାଣ୍ଡ ବଜାଇ ବିଶ୍ୱ କପକୁ ସ୍ୱାଗତ କରିଥିଲେ । ଜିଲ୍ଲାର ଆଦିବାସୀ ସାଂସ୍କୃତିକ ନୃତ୍ୟ ଓଡିଶୀ ନୃତ୍ୟ ମଧ୍ୟ ପରିବେଶଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୌର ପରିଷଦ ନିର୍ବାହୀ ଅଧିକାରୀ ପ୍ରଭାତୀ ଝୋଡ଼ିଆ, ଡ଼କ୍ଟର ସୂର୍ଯ୍ୟ ପଣ୍ଡା, ବିଜୟ ଗମାଙ୍ଗ, ରାମମୂର୍ତ୍ତି ଗମାଙ୍ଗ,  ରମେଶ ଲିମା ପ୍ରମୁଖ  ମଧ୍ୟ ସ୍ୱାଗତ କରିଥିଲେ ।

 

Comments are closed.