Latest Odisha News

BREAKING NEWS

କଳାହାଣ୍ଡି କନକ୍ଲେଭ ଅବସରରେ ଜନଜାତି ସାମଗ୍ରୀ ପ୍ରଦର୍ଶନୀ ଆୟୋଜିତ

ଭବାନୀପାଟଣା : ଜନଜାତି ସାଧନ କେନ୍ଦ୍ର ପକ୍ଷରୁ କଳାହାଣ୍ଡି କନକ୍ଲେଭ୍ ଅବସରରେ ‘ଚାଲ୍ ଦେଖମା ଆମର୍ କଳାହାଣ୍ଡି’ ଶୀର୍ଷକରେ ଏକ ଜନଜାତି ସାମଗ୍ରୀ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ପକ୍ଷରୁ ନିର୍ମିତ ଆଦିବାସୀ କୁଟୀର, ମଞ୍ଚା, ଲୁପ୍ତପ୍ରାୟ ଅଳଙ୍କାର, ଅସ୍ତ୍ରଶସ୍ତ୍ର, କୃଷି ଓ ଘରୋଇ ଉପକରଣ ଅତିଥି ଓ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା।

ଯୁବ ଲେଖକ ତଥା କେନ୍ଦ୍ରର ଗାଇଡ୍ ଡିଲେଶ୍ୱର ରଣା, ଉଛଲା ସିଆରସିସି ଅଜିତ ପଧାନ ଏବଂ ଯୁବ ଲେଖକ ତଥା ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ପରିକଳ୍ପନା ତଥା କେନ୍ଦ୍ରର ଇନଚାର୍ଜ ଯୁଗେଶ୍ବର ମାଝୀ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାଶ ଓ ବନ୍ଧପାରୀ ସିଆରସିସି ତ୍ରିନାଥ ଶ୍ୟାମଙ୍କ ସହାୟତାରେ ଆୟୋଜିତ ଏହି ପ୍ରଦର୍ଶନୀକୁ ସାଧାରଣରେ ପ୍ରଶଂସା କରାଯାଇଛି।

 

Leave A Reply

Your email address will not be published.