Latest Odisha News

BREAKING NEWS

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ଦାରିଙ୍ଗବାଡିରେ ପାରଦ ୭.୫ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ରବିବାର ଦିନ ଦାରିଙ୍ଗବାଡିରେ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଫୁଲବାଣୀରେ ଆଜି ତାପମାତ୍ରା ୯.୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୯.୮ ଡିଗ୍ରି ସେଲସିୟସ୍ ରହିଥିଲା ।

ସେହିପରି କିଛି ଅଞ୍ଚଳରେ ଆଜି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିବାନେଇ ମଧ୍ୟ ସୂଚନା ମିଳିଛି।
ସେଥିମଧ୍ୟରେ ବାଲଶ୍ୱେର (୧୧.୩), ଅନୁଗୁଳ (୧୦), କେନ୍ଦୁଝର (୧୦.୮), ସୁନ୍ଦରଗଡ(୧୧) ଓ ଟିଟିଲାଗଡ (୧୧.୧) ରହିଥିଲା ।

ଅପରପକ୍ଷରେ ପୁରୀରେ ତାପମାତ୍ରା ୧୫.୬ ଡିଗ୍ରି ସେଲସିୟସ ଦେଖିବାକୁ ମିଳିଥିଲା ବେଳେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ରବିବାର ଦିନ ୧୫.୧ ଡିଗ୍ରି ଓ କଟକରେ ୧୩.୫ ଡିଗ୍ରି ସେଲସିୟସରେ ପହଞ୍ଚିଥିଲା ।

Leave A Reply

Your email address will not be published.