Latest Odisha News

BREAKING NEWS

ଆଗତ ହେଲା ଅନ୍ତରୀଣ ବଜେଟ, ବଜେଟ୍‌ର ଆକାର ଏକ ଲକ୍ଷ ୧୮ ହଜାର କୋଟି 

ଭୁବନେଶ୍ୱର:ବିଧାନସଭାରେ ଆଗତ ହେଲା କାମଚଳା ବଜେଟ। ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଉପସ୍ଥାପନ କରିଛନ୍ତି ଅନ୍ତରୀଣ ବଜେଟ୍। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଆଗତ କରିଛନ୍ତି। ବଜେଟ୍‌ର ଆକାର ଏକ ଲକ୍ଷ ୧୮ ହଜାର କୋଟି ରହିଛି। ରାଜ୍ୟର ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି। ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିବା ଅର୍ଥମନ୍ତ୍ରୀ ନିଜର ବଜେଟ୍ ଭାଷଣରେ କହିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି।

କୃଷି ପାଇଁ ବଜେଟ୍‌ରେ ୨୮ ହଜାର ୯୪୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ମିଶନ ଶକ୍ତି ସ୍କୁଟର ଯୋଜନା ପାଇଁ ୫୨୯ କୋଟିର ବ୍ୟୟବରାଦ କରାଯାଇଛି। ଏହା ସହିତ ନୂଆ-ଓ କାର୍ଯ୍ୟକ୍ରମ ପାଇଁ ୩ ବର୍ଷରେ ୩୮୫ କୋଟି ଟଙ୍କା ଖର୍ଚ୍ଚ ହେବ। ଆମ ଓଡ଼ିଶା ନବୀନ ଓଡ଼ିଶାରେ ୪ ହଜାର କୋଟିରୁ ଅଧିକ ବ୍ୟୟ ଯୋଜନା କରାଯାଇଛି। ଓଡ଼ିଶା ଏବେ ୧ ଶହ ବିଲିୟନ ଡଲାରରୁ ଅଧିକ ଅର୍ଥନୀତିରେ ପରିଣତ ହେବ। ୫୩ ଲକ୍ଷ ସାମାଜିକ ସୁରକ୍ଷା ହିତାଧିକାରୀଙ୍କ ଭତ୍ତା ପାଇଁ ୩୯୮୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ରାଜ୍ୟର ଭିତ୍ତିଭୂମି ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଇଛନ୍ତି। ସଡ଼କ, ସେତୁ, ଏୟାରପୋର୍ଟ, ରେଲଓ୍ଵେର ବିକାଶ ପାଇଁ ୨୧ ହଜାର କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜାନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ବିନା ମୂଲ୍ୟରେ ସାଇକେଲ୍ ଯୋଗାଣ ପାଇଁ ୧୯୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପରିଚାଳନା ପାଇଁ ୮୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର-ଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ପ୍ରଦାନ ପାଇଁ ୧୯୯ କୋଟି ଟଙ୍କା ଖର୍ଚ୍ଚ କରାଯିବ।

Leave A Reply

Your email address will not be published.