Latest Odisha News

BREAKING NEWS

ପୌର ଫଇସଲା: ଭୁବନେଶ୍ୱର ମେୟର ଭୋଟ୍ ଗଣତିର ଟ୍ରେଣ୍ଡ୍

ଭୁବନେଶ୍ୱର: ଚାଲିଛି ଭୋଟ୍ ଗଣତି, ଆସିଲା ଭୁବନେଶ୍ୱରର ଟ୍ରେଣ୍ଡ୍ । ସନ୍ଧ୍ୟା ୫ଟା ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ  ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ବହୁଆଗରେ ରହିଛନ୍ତି । ଟ୍ରେଣ୍ଡ୍ ମୁତାବକ ବିଜେଡିର ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ୧ଲକ୍ଷ ୩୯ ହଜାର ୪୮୮ ଭୋଟରେ ଆଗୁଆ ରହିଥିବାବେଳେ ବିଜେପିର ସୁନୀତି ମୁଣ୍ଡ୍ ୯୩ ହଜାର ୮୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
ସେହିପରି କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟ ମାତ୍ର ୯ ହଜାର ୨୬୨ ଖଣ୍ଡ ଭୋଟରେ ଆଗେଇ ଚାଲିଛନ୍ତି ।

ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗର ନିଗମ ପାଇଁ ହୋଇଥିବା ମେୟର ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି। ଏଠାରେ  ବିଜୁ ଜନତା ଦଳ ବଡ଼ ବିଜୟ ହାସଲ କରିଛି।  ବିଜେଡି ମେୟର ପ୍ରାର୍ଥିନୀ ସଂଘମିତ୍ରା ଦଳେଇ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଶ୍ରୀମତୀ ଦଳଇେ ୨୦୨୮୬ ଭୋଟ ଅଧିକ ପାଇ ନିର୍ବାଚିତ ହୋଇଛନ୍ତି । ସଂଘମିତ୍ରାଙ୍କୁ ୬୬ ହଜାର ୬୮ ଖଣ୍ଡ‌ ଭୋଟ ମିଳିଛି ।

ଅନ୍ୟପଟେ ଭୋଟ୍ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିଛି  । ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ହେଉଛି  । ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲରେ ଭୋଟ୍ ଗଣତି ଚାଲିଛି  ।
Leave A Reply

Your email address will not be published.