Latest Odisha News

BREAKING NEWS

ସ୍ବାମୀଙ୍କ ଗିରଫ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ହାଜର ହେବେ ଶିଳ୍ପା

ମୁମ୍ବାଇ: ସ୍ବାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରଥମ ଥର ପାଇଁ ସର୍ବସାଧାରଣରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି। ରିପୋର୍ଟ ଅନୁଯାୟୀ ଶିଳ୍ପା ଅଗଷ୍ଟ ୧୫ ରେ “ୱି ଫର୍ ଇଣ୍ଡିଆ” ମାଧ୍ୟମରେ ଫେସବୁକ୍ ଲାଇଭରେ ରହିବେ।

ଶିଳ୍ପାଙ୍କ ବ୍ୟତୀତ ଏହି ଅଭିଯାନରେ ଅର୍ଜୁନ କପୁର, ବିଦ୍ୟା ବାଲାନ, ଦିଆ ମିର୍ଜା, କରଣ ଜୋହର, ପରିନୀତି ଚୋପ୍ରା, ସୈଫ ଅଲି ଖାନ, ସାରା ଅଲି ଖାନ ଏବଂ ଷ୍ଟିଭେନ ସ୍ପିଲବର୍ଗ, ଏ ଆର୍ ରହମାନ, ମିକ୍ ଜାଗର, ଗାୟକ-ଗୀତିକାର ଆଦି ଏଥିରେ ଯୋଗଦେବେ।

ଏହି ସମସ୍ତ ତାରକା ସ୍ୱାଧୀନତା ଦିବସରେ ଅର୍ଥାତ୍ ୧୫ ଅଗଷ୍ଟରେ ‘ଗିଭ୍ ଇଣ୍ଡିଆ’ କୋଭିଡ୍‌-୧୯ ରିଲିଫ୍ ମିଶନ୍ ପାଇଁ ଏକାଠି ହେବେ। ଏହା ମାଧ୍ୟମରେ ୨୫ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିବେ। ଏହି ଅଭିଯାନ ଦ୍ବାରା ସଂଗୃହୀତ ପାଣ୍ଠି ସାଧାରଣ ଜନତାଙ୍କୁ କରୋନାଭାଇରସ୍ ମହାମାରୀ, ଅମ୍ଳଜାନ କନ୍‌ସେନ୍‌ଟ୍ରେଟର, ଭେଣ୍ଟିଲେଟର, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଆଇସିୟୁ ୟୁନିଟ୍ ଦ୍ବାରା ହେଉଥିବା ଅସୁବିଧାରୁ ବଞ୍ଚିତ ହେଉଥିବା ଲୋକଙ୍କ ପାଇଁ ବ୍ୟବହାର କରାଯିବ।

Leave A Reply

Your email address will not be published.