Latest Odisha News

ମେସିଙ୍କୁ ୩୬୦୦ କୋଟି ଟଙ୍କା ଅଫର କଲା ସାଉଦି କ୍ଲବ ଅଲ ହିଲାଲ !

ରିୟାଦ: ଆର୍ଜେଂଟିନାର ଷ୍ଟାର ଖେଳାଳି ଲିଓନେଲ ମେସି ପୁନର୍ବରେ ବିଶ୍ୱର ଧନୀ ଫୁଟବଲର ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ମେସି ଚଳିତ ସିଜନ ପରେ ଫ୍ରାନ୍ସର ପ୍ୟାରିସ ସେଂଟ ଜର୍ମନ କ୍ଲବ ଛାଡିବା ପାଇଁ ଚାହୁଁଛନ୍ତି । ନୂତନ ଚୁକ୍ତିପତ୍ରରେ ସେ ଏ ପର୍ଯ୍ୟନ୍ତ ସାଇନ କରି ନାହାନ୍ତି । ଏହି ଖବର ପ୍ରସାରିତ ହେବା ପରେ ମେସିଙ୍କ ପୁରୁଣା କ୍ଲବ ବାର୍ସିଲୋନା ତାଙ୍କୁ ପୁନର୍ବାର ନେବା ପାଇଁ ଆଗ୍ରହ ପ୍ରକାଶ କରିଛି । ଏହା ବ୍ୟତୀତ ସାଉଦି କ୍ଲବ ଅଲ ହିଲାଲ ତାଙ୍କୁ ୩୬୦୦ କୋଟି ଟଙ୍କା ଦେବା ପାଇଁ ରାଜି ଅଛି ବୋଲି ମଧ୍ୟ ଖବର ପ୍ରକାଶ ପାଇଛି । ପିଏସଜି କ୍ଲବରେ କିଲିୟାନ ଏମବାପେ, ନେମାର ଜୁନିୟର ଓ ସର୍ଜିଓ ରୋମେସଙ୍କ ପରି ଖେଳାଳି ଥିଲେ ମଧ୍ୟ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ୟୁଇଏଫଏ ଚାମ୍ପିୟନ୍ସ ଲିଗରୁ ବାଦ ପଡିଛି । ଟିମରେ ତାଳମେଳ ରହୁ ନ ଥିବାରୁ ମେସି ଅସନ୍ତୁଷ୍ଟ ଅଛନ୍ତି ।

ମେସି ଯଦି ଅଲ ହିଲାଲ ପକ୍ଷରୁ ଖେଳିବେ ତାହାହେଲେ ତାଙ୍କର ୟୁରୋପିଆନ ଫୁଟବଲ କ୍ୟାରିୟର ପ୍ରାୟତଃ ଶେଷ ହୋଇଯିବ । ତେବେ ମେସିଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଥିବା କ୍ରିଷ୍ଟିଆନ ରୋନାଲ୍ଡୋ ୧୭୫୧ କୋଟି ଟଙ୍କାରେ ଅଲ ନସ୍ର ସହ ଚୁକ୍ତିବଦ୍ଧ ହୋଇଛନ୍ତି । ଏଥିଯୋଗୁ ମେସି ସାଉଦି କ୍ଲବ ଆଡେ ଢ଼ଳି ପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ମେସିଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ୨୦୨୪ କୋପା ଆମେରିକା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେଥିପାଇଁ ୟୁରୋପ ବାହାରେ କୌଣସି କ୍ଲବ ସହ ଚୁକ୍ତି କରି ନ ପାରନ୍ତି ।

Leave A Reply

Your email address will not be published.